Breaking News

ମୁଁ ମୋର ଗୁରୁ ଓ ମାର୍ଗଦର୍ଶକଙ୍କୁ ହରାଇ ଦେଇଛି

କଂଗ୍ରେସ ନେତା ରାହୁଲ ଗାନ୍ଧି ଡ. ମନମୋହନ ସିଂଙ୍କ ପରଲୋକରେ ଶୋକ ବ୍ୟକ୍ତ କରି ଏକ୍ସରେ ନିଜର ଭାବନା ବ୍ୟକ୍ତ କରି ଲେଖିଛନ୍ତି,‘ମୁଁ ମୋର ଗୁରୁ ଓ ଜଣେ ମାର୍ଗଦର୍ଶକଙ୍କୁ ହରାଇ ଦେଇଛି।

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ।

ଡ. ସିଂ ଙ୍କ ପରଲୋକରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ନିଜର ଶୋକ ପ୍ରକାଶ କରିଛନ୍ତି। ଏକ୍ସ’ରେ ସେ ଲେଖିଛନ୍ତି ଯେ ସର୍ଦ୍ଦାର ମନମୋହନ ସିଂଙ୍କୁ ଯେଭଳି ସମ୍ମାନ ହାସଲ କରିଥିଲେ ତାହା ବିରଳ । ସେ ସବୁବେଳେ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ରହିବେ ।

କଂଗ୍ରେସ ନେତା ରାହୁଲ ଗାନ୍ଧି ଡ. ମନମୋହନ ସିଂଙ୍କ ପରଲୋକରେ ଶୋକ ବ୍ୟକ୍ତ କରି କହିଛନ୍ତି,‘ମୁଁ ମୋର ଗୁରୁ ଓ ଜଣେ ମାର୍ଗଦର୍ଶକଙ୍କୁ ହରାଇ ଦେଇଛି। ମନମୋହନ ସିଂ ଜି ତାଙ୍କ ଜ୍ଞାନ ଓ ନିଷ୍ଠାର ସହ ଭାରତର ନେତୃତ୍ବ ନେଇଥିଲେ। ତାଙ୍କର ବିୟୋଗ ଭାରତ ପାଇଁ ଏକ ଅପୂରଣୀୟ କ୍ଷତି ହୋଇ ରହିଯିବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡ. ମନମୋହନ ସିଂଙ୍କ ପରଲୋକରେ ଶୋକ ବ୍ୟକ୍ତ କରି ଏହି ଦୁଃଖର ସମୟରେ ଡ. ସିଂଙ୍କ ପରିବାର ଓ ବନ୍ଧୁ ଓ ଶୁଭେଚ୍ଛୁମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.