Breaking News

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ଯୁବ କଂଗ୍ରେସ

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଆକ୍ରମଣ ଓ ଗୁଣ୍ଡାରାଜ ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସ ଆଜି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିଥିଲା। ଯୁବ କଂଗ୍ରେସର ଏକ ଶୋଭାଯାତ୍ରା...

ଭୁବନେଶ୍ୱର: କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଆକ୍ରମଣ ଓ ଗୁଣ୍ଡାରାଜ ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସ ଆଜି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିଥିଲା। ଯୁବ କଂଗ୍ରେସର ଏକ ଶୋଭାଯାତ୍ରା ଭୁବନେଶ୍ୱର କ୍ଲବ ପାଖରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ କର୍ମୀମାନଙ୍କୁ ପୁଲିସ ଅଟକାଇଥିଲା। ବ୍ୟାରିକେଡ୍ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଯୁବ କଂଗ୍ରେସର କର୍ମୀମାନେ ଅଗ୍ରସର ହେଉଥିବ ବେଳେ ପୁଲିସ ଓ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ପୁଲିସ ସମସ୍ତ କର୍ମୀଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇଥିଲା।

ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସଭାପତି ରଣଜିତ ପାତ୍ର କହିଛନ୍ତି, ବିଧାନସଭା ପରିସରରେ ବିଜେପି ବିଧାୟକ ଓ ମନ୍ତ୍ରୀମାନେ ଆତଙ୍କରାଜ ଚଳାଇଛନ୍ତି। ଯିଏ ମୋହନ ସରକାରର ଅପାରଗତା ବିରୋଧରେ ସ୍ୱର ଉତ୍ତୋଳନ କଲା ତାକୁ ବିଜେପି ବିଧାୟକମାନେ ଆକ୍ରମଣ କରୁଛନ୍ତି। ମୋହନ ସରକାର ଏଭଳି ବିରୋଧୀଙ୍କ କଣ୍ଠରୋଧ କରିପାରିବ ନାହିଁ। ତାରାପ୍ରସାଦ ବାହିନୀପତିଙ୍କୁ ଆକ୍ରମଣ କରିଥିବା ବିଧାୟକ ଜୟନାରାୟଣ ମିଶ୍ର ଓ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଗୃହରେ ଗୁଣ୍ଡାଗିରି କରିଥିବା ବିଜେପି ବିଧାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ। ଏହି ଆକ୍ରମଣର ଜବାବ ବିଧାନସଭା ବାହାରେ ଯୁବ କଂଗ୍ରେସ ଦେବ। ମନ୍ତ୍ରୀ ମୁକେଶ ମହାଲିଙ୍ଗ ତୁରନ୍ତ ଇସ୍ତଫା ଦିଅନ୍ତୁ।

ଏହି ବିକ୍ଷୋଭରେ ମହମ୍ମଦ ଇମଦାଦ, ମନୋଜ ବିଶ୍ୱାଳ, ନିହାର ବେହେରା, ସୁଦୀପ ସାମଲ, ଉଦିତ ପ୍ରଧାନ, ଗୋପନ ମାର୍ଥା, ସ୍ୱାଗତ କର, ମିଲନ ପଟ୍ଟନାୟକ, ମହମ୍ମଦ ପରଭେଜ, ବଟକୃଷ୍ଣ ରାଉତରାୟ,  ବଳରାମ ନନ୍ଦ, ସୂରଜ ରାଉତ, କେଦାର ଦଳାଇ, ସଂଦୀପ ରାଉତରାୟ, ଲିପିକା ପାତ୍ର, ଶିଳ୍ପିଶ୍ରୀ ହରିଚନ୍ଦନ, ସସ୍ମିତା ପଣ୍ଡା, ସୁଶ୍ରୀ ବେହେରା, ସୁନିଲ ସାହୁ, ଆଲୋକ ଦାସ, ବିରଞ୍ଚି ବାରିକ, ଅଜୟ ପଣ୍ଡା, ପବିତ୍ର ସେଠୀ, ଶାହାରୁକ ଖାନ, ସାହିଲ ମହାନ୍ତି, ଚଣ୍ଡୀପ୍ରସାଦ ମହାପାତ୍ର, ଜଗଦୀଶ ରାଉତ ପ୍ରମୁଖ ଅଂଶଗହଣ କରିଥିଲେ।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.