Breaking News

ମୁଦ୍ଦାକୁ ନେଇ ମତଭେଦରେ ଫସିଲା ବିରୋଧୀ, କଂଗ୍ରେସ ବିକ୍ଷୋଭକୁ ଏସପି-ଟିଏମସିର ବଏକଟ୍

ନୂଆଦିଲ୍ଲୀ,୦୩/୧୨: ସଂସଦ ଶୀତ ଅଧିବେଶନରେ ଆଜି (ମଙ୍ଗଳବାର) ବି ଗୃହରେ ହଙ୍ଗାମା ଜାରି ରହିଛି । ଆଦାନୀ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରଛନ୍ତି । ଆଦାନୀ-ମୋଦି ଏକ ଲେଖା ଥିବା ପ୍ଲାକାର୍ଡ ଥରି ବିକ୍ଷୋଭ କରିଛି କଂଗ୍ରେସ୍ । ଏହି ମୁଦ୍ଦାକୁ ନେଇ ବିରୋଧୀଙ୍କ ମଧ୍ୟରେ ମତଭେଦ ହୋଇଛି । କଂଗ୍ରେସର ବିକ୍ଷୋଭରେ ସାମିଲ ହୋଇନାହାନ୍ତି ଏସପି ଓ ଟିଏମସି ।

#WATCH | Delhi: Lok Sabha LoP Rahul Gandhi, Congress MP Priyanka Gandhi Vadra and MPs of INDIA bloc protest over Adani matter, at the Parliament premises. pic.twitter.com/QrwPv1vnfi

— ANI (@ANI) December 3, 2024
କଂଗ୍ରେସ ଗୃହରେ ଆଦାନୀ ପ୍ରସଙ୍ଗରେ ଆଲେଚନା କରିବାକୁ ଦାବି କରିଥିଲା । ମାତ୍ର ସମାଜବାଦୀ ପାର୍ଟି ସମ୍ବଲ ହିଂସା ଉପରେ ଚର୍ଚ୍ଚା ଦାବି କରିଥିଲା । ଆଦାନୀ ପ୍ରସଙ୍ଗରେ ଆଲୋଚନା ଦାବି କରି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସାଂସଦ ପ୍ରିୟଙ୍କା ଗାନ୍ଧୀ ଓ ଅନ୍ୟ କଂଗ୍ରେସ ସାଂସଦ ସଂସଦ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମୋଦି-ଆଦାନୀ ଭାଇ ଭାଇ ନାରା ଦେଇଥିଲେ । ମାତ୍ର ଏହି ବିକ୍ଷୋଭକୁ ବଏକଟ କରିଛନ୍ତି ସପା ଓ ଟିଏମସି । କଂଗ୍ରେସର ଫୋକସ ଆଦାନୀ ପ୍ରସଙ୍ଗ ଉପରେ ରହିଛି । ମାତ୍ର ସପା ସମ୍ବଲ ହିଂସାକୁ ମୁଦ୍ଦା କରିଛି । ସେହିପରି ତୃଣମୂଳ କଂଗ୍ରେସ ମହଙ୍ଗା, ବେରୋଜଗାର, ଚାଷୀଙ୍କ ସମସ୍ୟାକୁ ମୁଦ୍ଦା କରିଛି । ଏହାକୁ ନେଇ ବିରୋଧୀଙ୍କ ମଧ୍ୟରେ ଫାଟ ଦେଖା ଦେଇଛି ।

#WATCH | On TMC not joining INDIA Alliance’s protest in Parliament over Adani matter, TMC MP Samik Bhattacharya says, “You can see the condition of the alliance. Sometimes TMC is missing, and sometimes AAP is missing. Wherever Congress goes to people, public rejects them there.… pic.twitter.com/BP73cNuF6q

— ANI (@ANI) December 3, 2024
ଟିଏମସି ସାଂସଦ ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଗଠବନ୍ଧନ ସ୍ଥିତି ଜଳ ଜଳ ହୋଇ ଦେଖାଯାଉଛି । କେତେବେଳେ ଟିଏମସି ନାହିଁ ତ ପୁଣି କେତେବେଳେ ଆପ୍ ନାହିଁ । କଂଗ୍ରେସ ଯେଉଁଠି ଲୋକଙ୍କ ପାଖକୁ ଯାଉଛି ସେଠି ତାଙ୍କୁ ପ୍ରତ୍ୟାଖାନ ହେବାକୁ ପଡିଛି । କଂଗ୍ରେସର କେବଳ ଗୋଟିଏ ସ୍ଥାନ ଅଛି ପାର୍ଲାମେଣ୍ଟ ଗେଟ୍ । ଗୃହକୁ ଚଲାଇ ନଦେବା କଂଗ୍ରେସର ଏଜେଣ୍ଡୋ ହୋଇଛି । କଂଗ୍ରେସର ଏ ବିକ୍ଷୋଭ କେବଳ ତମାସା । ଲେକତନ୍ତ୍ରର ମର୍ଯ୍ୟାଦାକୁ ନଷ୍ଟ କରୁଛନ୍ତି ।
ସୌଜନ୍ୟ-ପ୍ରମେୟ

Comments are closed.