Breaking News

ମୁମ୍ବାଇ ବେଷ୍ଟ୍‌ ବସ୍‌ ଦୁର୍ଘଟଣା: ଦୁର୍ଘଟଣା ନା’ ଅନ୍ୟ କିଛି

ସୋମବାର କୁର୍ଲାରେ ଯେଉଁ ବସ୍‌ ଦୁର୍ଘଟଣା ହୋଇଥିଲା ତାହାକୁ ନେଇ ପୁଲିସର ସନ୍ଦେହ ହୋଇଛି। କାରଣ ବସ୍‌ ଡ୍ରାଇଭର ପ୍ରଥମେ ଗୋଟିଏ ଗାଡ଼ିକୁ ଧକ୍କା ଦେବାପରେ ଏହା ୩୦୦ ମିଟର ପର୍ଯ୍ୟନ୍ତ ୫୦ରୁ୬୦ ଟି ଗାଡ଼ିକୁ ଧକ୍କା ଦେଇ ଚାଲିଥିଲା।

ମୁମ୍ବାଇ: ସୋମବାର କୁର୍ଲାରେ ଯେଉଁ ବସ୍‌ ଦୁର୍ଘଟଣା ହୋଇଥିଲା ତାହାକୁ ନେଇ ପୁଲିସର ସନ୍ଦେହ ହୋଇଛି। କାରଣ ବସ୍‌ ଡ୍ରାଇଭର ପ୍ରଥମେ ଗୋଟିଏ ଗାଡ଼ିକୁ ଧକ୍କା ଦେବାପରେ ଏହା ୩୦୦ ମିଟର ପର୍ଯ୍ୟନ୍ତ ୫୦ରୁ୬୦ ଟି ଗାଡ଼ିକୁ ଧକ୍କା ଦେଇ ଚାଲିଥିଲା। ଶେଷରେ ସେ ଗାଡ଼ିକୁ ନେଇ ଏକ ଆପାର୍ଟମେଣ୍ଟ୍‌ କାନ୍ଥରେ ପିଟି ଅଟକିଥିଲା। ତେଣୁ ପୁଲିସ ଉକ୍ତ ଘଟଣା ପଛରେ କିଛି ଭିନ୍ନ ଉଦ୍ଦେଶ୍ୟ ରହିଥିବା ସନ୍ଦେହ କରୁଛି। ବସ୍‌ ଡ୍ରାଇଭର ସଂଜୟ ମୋାରେକୁ ପୁଲିସ ଆଜି କୋର୍ଟରେ ହାଜର କରିଛି ଏବଂ ତାକୁ ହାଜତକୁ ନେବାପାଇଁ ଦାବି କରିଥିଲା। ପୁଲିସ ଅନୁଯାୟୀ ଡ୍ରାଇଭର ଜାଣିଥିଲା ଯେ ସେ ଭିଡ଼ ସ୍ଥାନରେ ଅଛି ଏବଂ ଏହାପରେ ବି ସେ ଦ୍ରୁତ ଗତିରେ ଗାଡ଼ି ଚଳାଇ ଦୁର୍ଘଟଣା ଘଟାଇଥିଲା । ଏହା ଦୁର୍ଘଟଣା ନା’ ବସ୍‌ ଡ୍ରାଇଭରକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରାଯାଇଛି ତାହା ଜାଣିବାପାଇଁ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। କୋର୍ଟ ସଂଜୟ ମୋରେକୁ ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ପୁଲିସ ହାଜତକୁ ପଠାଇଛନ୍ତି।

୩୦୦ ମିଟର ପର୍ଯ୍ୟନ୍ତ ୫୦-୬୦ ଗାଡ଼ିକୁ ଧକ୍କା ଦେଇ ଚାଲିଥିଲା

ମୁମ୍ବାଇ: ମୁମ୍ବାଇର କୁର୍ଲାରେ ସୋମବାର ବିଳମ୍ବିତ ରାତିରେ ହୋଇଥିବା ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି। ଦୁର୍ଘଟଣାରେ ୪୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି। ରାତି ପ୍ରାୟ ୯.୪୫ ସମୟରେ ଦୁର୍ଘଟଣା ହୋଇଥିଲା। ବେଷ୍ଟ୍‌ (ବୃହନ୍‌ମୁମ୍ବାଇ ଇଲେକ୍ଟ୍ରିସିଟି ସପ୍ଲାଏ ଆଣ୍ଡ୍‌ ଟ୍ରାନ୍ସପୋର୍ଟ ଅଣ୍ଡରଟେକିଂ)ର ବସ୍‌ ନିୟନ୍ତ୍ରଣ ହରାଇ ଅନେକ ଗାଡ଼ି ଏବଂ ପଥଚାରୀଙ୍କ ଉପରେ ମାଡ଼ି ଯାଇଥିଲା ଓ ଶେଷରେ ଯାଇ ଏକ କାନ୍ଥରେ ପିଟି ହୋଇଥିଲା। ଗତକାଲି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ମୃତକଙ୍କ ପରିବାର ସଦସ୍ୟଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଆହତମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ପୁଲିସ ଅନୁଯାୟୀ ବସ୍‌ଟି କୁର୍ଲା ଷ୍ଟେସନ୍‌ରୁ ଅନ୍ଧେରୀକୁ ଆସୁଥିବାବେଳେ ଦୁର୍ଘଟଣା ହୋଇଥିଲା। ମାମଲାରେ ବସ୍‌ ଡ୍ରାଇଭର ସଂଜୟ ମୋରେ ଗିରଫ ହୋଇଛନ୍ତି।

ସୌଜନ୍ୟ-ସମ୍ୱାଦ

Comments are closed.