Breaking News

ମୁମ୍ବାଇ ବୋଟ୍‌ ଦୁର୍ଘଟଣା: ଏଯାଏଁ ମିଳୁନି ଦୁଇ ଜଣଙ୍କ ପତ୍ତା

ଗତକାଲି ଅପରାହ୍‌ଣ ୪ଟାରେ ଏଲିଫେଣ୍ଟା ଗୁମ୍ଫା ନିକଟ ଦ୍ବୀପ ଠାରେ ଯାତ୍ରୀବାହୀ ବୋଟ୍‌ ଓ ନୌସେନାର ସ୍ପିଡ୍‌ବୋଟ୍‌ର ଧକ୍କା ଓ ପରବର୍ତ୍ତୀ ବିପର୍ଯ୍ୟୟର ଇତିମଧ୍ୟରେ ୨୪ ଘଣ୍ଟା ଅତିବାହିତ।

ମୁମ୍ବାଇ: ଗତକାଲି ଅପରାହ୍‌ଣ ୪ଟାରେ ଏଲିଫେଣ୍ଟା ଗୁମ୍ଫା ନିକଟ ଦ୍ବୀପ ଠାରେ ଯାତ୍ରୀବାହୀ ବୋଟ୍‌ ଓ ନୌସେନାର ସ୍ପିଡ୍‌ବୋଟ୍‌ର ଧକ୍କା ଓ ପରବର୍ତ୍ତୀ ବିପର୍ଯ୍ୟୟର ଇତିମଧ୍ୟରେ ୨୪ ଘଣ୍ଟା ଅତିବାହିତ। କିନ୍ତୁ ଅଦ୍ୟାବଧି ନିଖୋଜ ଥିବା ଜଣେ ୭ ବର୍ଷର ବାଳକ ସମେତ ଦୁଇଜଣଙ୍କ ପତ୍ତା ମିଳୁନାହିଁ। ଅପରପକ୍ଷରେ ନୌସେନା ପକ୍ଷରୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗତକାଲିର ଦୁର୍ଘଟଣାରେ ସ୍ପଟ୍‌ ବୋଡ୍‌ର ୬ ନୌସେନା କର୍ମଚାରୀଙ୍କ ସମେତ ଯାତ୍ରୀବାହୀ ବୋଟ୍‌ର ମୋଟ ୧୧୩ ଯାତ୍ରୀଙ୍କ ମଧ୍ୟରୁ ୧୩ଜଣଙ୍କ ମୃତ୍ୟୁଘଟିଥିଲା। ୨ ଆହତଙ୍କ ସହ ୯୮ଜଣଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଦୁଇଜଣ ନିଖୋଜ ଅଛନ୍ତି। ନିଖୋଜ ଥିବା ଦୁଇଜଣଙ୍କୁ ଚିହ୍ନଟ କରାଯାଇଛି। ନିଖୋଜ ଥିବା ବ୍ୟକ୍ତିମାନେ ହେଲେ ହଂସରାଜ ଭଟ୍ଟି( ୪୩) ଓ ଜୋନ୍‌ ମହମ୍ମଦ ନିସାର ଅହମ୍ମଦ ପଠାନ୍‌ (୭)।  ନୌସେନା ପକ୍ଷରୁ ଜାରି ପ୍ରେସ୍‌ ବିବୃତିରେ, ଦୁଇ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବାକୁ ଖୋଜ ଓ ଉଦ୍ଧାର (ଏସ୍‌ଏଆର୍‌) ଅଭିଯାନ ଆଜି ରାତିରେ ମଧ୍ୟ ଜାରି ରହିବ। ଏହି ଅଭିଯାନରେ ୮ଟି ନୌସେନା ବୋଟ୍‌ ଓ ଗୋଟିଏ ନୌସେନା ହ୍ୟାଲିକପ୍ଟର ନିୟୋଜିତ କରାଯାଇଛି। ଏହା ବ୍ୟତୀତ ଦୁର୍ଘଟଣାର ‘ବୋର୍ଡ ଅଫ୍‌ ଇନ୍‌କ୍ବାଇରି’ ନିର୍ଦ୍ଦେଶ ଦିଆଯାଇଛି। ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ ଦିନେଶ କେ ତ୍ରିପାଠୀ ଆଜି ମୃତ ନୌସେନା କର୍ମଚାରୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.