Breaking News

ମୁରଲୀଙ୍କ ଛନ୍ଦରେ ନାଚିଲେ ଦୁଷ୍ମନ୍ତ-ଅର୍ଲିନ ଅଙ୍କିତା

ବେଶ୍ କିଛି ଦିନର ବ୍ୟବଧାନରେ ପୁଣି ନୃତ୍ୟ ନିର୍ଦ୍ଦେଶକ ଭାବେ ଏସ୍ କେ ମୁରଲୀଧରନ୍ ସକ୍ରିୟ ହୋଇଛନ୍ତି। ଓଲିଉଡ୍‌ରେ ପ୍ରାୟ ୩୦ ବର୍ଷ ଧରି ସକ୍ରିୟ ଥିବ‌ା ମୁରଲୀଧରନ୍ ଏଯାବତ୍‌ ଶତାଧିକ ଓଡ଼ିଆ ସିନେମାରେ ନୃତ୍ୟ ନିର୍ଦ୍ଦେଶନା ଦେଇସାରିଛନ୍ତି।

ବେଶ୍ କିଛି ଦିନର ବ୍ୟବଧାନରେ ପୁଣି ନୃତ୍ୟ ନିର୍ଦ୍ଦେଶକ ଭାବେ ଏସ୍ କେ ମୁରଲୀଧରନ୍ ସକ୍ରିୟ ହୋଇଛନ୍ତି। ଓଲିଉଡ୍‌ରେ ପ୍ରାୟ ୩୦ ବର୍ଷ ଧରି ସକ୍ରିୟ ଥିବ‌ା ମୁରଲୀଧରନ୍ ଏଯାବତ୍‌ ଶତାଧିକ ଓଡ଼ିଆ ସିନେମାରେ ନୃତ୍ୟ ନିର୍ଦ୍ଦେଶନା ଦେଇସାରିଛନ୍ତି। ଏଥିସହ ମୁରଲୀଧରନ୍ ନିର୍ଦ୍ଦେଶକ ଭାବେ ‘ଛାତି ଚିରିଦେଲେ ତୁ’, ‘ନେଇ ଯାରେ ମେଘ ମତେ’, ଆକାଶେ କି ରଙ୍ଗ ଲାଗିଲା’, ‘ସ୍ମାଇଲ୍ ପ୍ଲିଜ୍’, ‘ଟାର୍ଗେଟ୍’, ‘ନୂଆ ନୂଆ ପ୍ରେମରେ’ ଓ ‘ପ୍ରେମ ତୋର ନଟି ନଟି’ ସମେତ ବେଶ୍ କେତୋଟି ଓଡ଼ିଆ ଛବି ନିର୍ମାଣ କରିଛନ୍ତି।

କିଛି ଦିନର ବ୍ୟବଧାନରେ ଓଲିଉଡ୍‌ରେ ନୃତ୍ୟ ନିର୍ଦ୍ଦେଶକ ଭାବେ ପୁଣି ସକ୍ରିୟ ହୋଇଛନ୍ତି ଏସ୍ କେ ମୁରଲୀଧରନ୍। ସଂପ୍ରତି ‘ରାକେଟ୍’ ଜରିଆରେ ସେ ନୃତ୍ୟ ନିର୍ଦ୍ଦେଶନାକୁ ଫେରିଛନ୍ତି।

ନିର୍ଦ୍ଦେଶକ ଭାବେ ଲମ୍ବା ଇନିଂସ ପରେ ସଂଗ୍ରାମ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ରାକେଟ୍’ର ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ମୁରଲୀଧରନ୍‌। ଏହାର ଦୁଇଟି ଗୀତର ସୁଟିଂ କୋରାପୁଟ ଓ ଜୟପୁରର ବିଭିନ୍ନ ଲୋକେସନ୍‌ରେ କରାଯାଇଛି। ଆଉ ଏ ଦୁଇଟି ଗୀତ ନାୟକ ଦୁଷ୍ମନ୍ତ ଓ ନାୟିକା ଅର୍ଲିନ ଅଙ୍କିତାଙ୍କ ଉପରେ ଚିତ୍ରିତ ହୋଇଛି। ଏଥିମଧ୍ୟରୁ ଗୋଟିଏ ହେଲା ହ୍ୟୁମାନ ସାଗର ଓ ଦୀପ୍ତିରେଖା ଗାଇଥିବା ‘ତୋ ଦେହର ବାସ୍ନା…’। ଅରୁଣ ମନ୍ତ୍ରୀ ଏହି ରୋମାଣ୍ଟିକ୍ ନମ୍ବରର ଗୀତିକାର। ସେହିପରି ସବି‌େଶଷ ଓ ଅନନ୍ୟା ଶ୍ରୀତମ୍ ନନ୍ଦଙ୍କ କଣ୍ଠରେ ରେକର୍ଡ ହୋଇଥିବା ବସନ୍ତରାଜ ସାମଲଙ୍କ ରଚିତ ଗୀତ ‘ତୁ ଥିଲେ..’ରେ ମୁରଲୀଧନ୍‌ଙ୍କ ଛନ୍ଦରେ ନାୟକ ଓ ନାୟିକା ଝୁମିଛନ୍ତି। ସିନେମାର ଅନ୍ୟ ଏକ ଗୀତ ‘ତୁ ଆମ ହସ…’ର ବି ଦୃଶ୍ୟାୟନ କରାଯାଇଛି। ବିଜୟ ମଲ୍ଲଙ୍କ ରଚିତ ଏହି ଗୀତକୁ ଗାଇଛନ୍ତି ଶ୍ରୀଚରଣ ଓ ପ୍ରଜ୍ଞା। ଏହି ଗୀତ ଦୃଶ୍ୟରେ ଅଭିନୟ କରିଛନ୍ତି ସିନେମାର ଅନ୍ୟତମ ନାୟିକା ନମ୍ରତା ଥାପ୍ପା। ପ୍ରେମ ଆନନ୍ଦ ଏହାର ସଂଗୀତକାର। ଗତାନୁଗତିକ ଶୈଳୀରୁ ଟିକେ ଭିନ୍ନ ଧାରାରେ ନୃତ୍ୟ ସଂଯୋଜନା କରିଥିବା ନେଇ ସୂଚନା ଦେଇଛନ୍ତି ଏସ୍ କେ ମୁରଲୀଧରନ୍।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.