Breaking News

ମୁସଲମାନଙ୍କୁ ବର୍‌ବାଦ୍‌ କରିବା ପାଇଁ ୱକଫ୍‌ ବିଲ୍‌ ଅଣାଯାଇଛି: ଅୱେସୀ

ୱକଫ୍‌ ବିଲ୍‌ ନେଇ ଜେପିସି ରିପୋର୍ଟ ସଂସଦର ଉଭୟ ଗୃହରେ ଆଜି ଉପସ୍ଥାପeନ ହେବାପରେ ଏହାକୁ ନେଇ ଏଆଇଏମ୍‌ଆଇଏମ୍ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଅୱେସି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ନୂଆଦିଲ୍ଲୀ: ୱକଫ୍‌ ବିଲ୍‌ ନେଇ ଜେପିସି ରିପୋର୍ଟ ସଂସଦର ଉଭୟ ଗୃହରେ ଆଜି ଉପସ୍ଥାପeନ ହେବାପରେ ଏହାକୁ ନେଇ ଏଆଇଏମ୍‌ଆଇଏମ୍ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଅୱେସି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି ଯେ ମୁସଲମାନମାନଙ୍କୁ ବରବାଦ କରିବା ପାଇଁ ଏହି ୱକଫ୍ ବିଲ୍ ଅଣାଯାଇଛି। ଏହା ୱକଫ୍ ସମ୍ପତ୍ତିର ସୁରକ୍ଷା ପାଇଁ ନୁହେଁ ବରଂ ମୁସଲମାନଙ୍କ ୱକଫ୍ ସମ୍ପତ୍ତିକୁ ସେମାନଙ୍କ କବ୍‌ଜାରୁ ଜବତ ଓ ନଷ୍ଟ କରିବା ପାଇଁ ଅଣାଯାଇଛି।

ଅୱେସି ଏନ୍‌ଡିଏ ସରକାର ଆଣିଥିବା ସଂଶୋଧନକୁ କଡ଼ା ନିନ୍ଦା କରି ଏହାକୁ ଅସାମ୍ବିଧାନିକ ବୋଲି ଦର୍ଶାଇଛନ୍ତି। ଜଣେ ଅଣମୁସଲମାନ ସଦସ୍ୟଙ୍କୁ କିପରି ମୁସଲିମ୍ ଵକଫ୍ ସମ୍ପତ୍ତିରେ ଅନ୍ତର୍ଭୁକ୍ତ କରାଯାଇପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି। ମୁସଲମାନଙ୍କ ମସଜିଦ, କବରସ୍ଥାନ ଓ ଦରଗାହ ଜମି ଛଡ଼ାଇ ନେବା ପାଇଁ ସରକାର ଏହି ବିଲ୍ ଆଣିଛନ୍ତି ବୋଲି ସେ କହିଛନ୍ତି। ଅୱେସୀ କହିଛନ୍ତି, ଏହି ବିଲ୍ କେବଳ ଅସାମ୍ବିଧାନିକ ନୁହେଁ ବରଂ ସମ୍ବିଧାନର ଧାରା ୧୪, ୧୫ ଓ ୨୯ର ଉଲ୍ଲଂଘନ କରୁଛି ଏବଂ ଆମେ ଏହି ବିଲ୍‌କୁ ନିନ୍ଦା କରୁଛୁ। ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି କହିଛନ୍ତି ଯେ ବିଜେପି କେବଳ ଭୋଟ୍ ଚାହୁଁଛି। ପ୍ରଥମେ ସେମାନେ ଧାରା ୩୭୦ ହଟାଇଲେ ଏବଂ ଏବେ ଵକଫ୍ ବିଲ୍ ନାମରେ ଏପରି ବିବାଦୀୟ ସ୍ଥିତି ସୃଷ୍ଟି କରିଛନ୍ତି। ବିଜେପି ଏହାଦ୍ବାରା ସମାଜରେ ବିଭାଜନ ସୃଷ୍ଟି କରି ଭୋଟ ପାଇବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.