Breaking News

ମୃତ୍ୟୁର ତାଣ୍ଡବଲୀଳା ପରେ ଧକେଇ କାନ୍ଦୁଛି ଧରାଲି: ବିପର୍ଯ୍ୟୟ ଆଁରେ ଗାଁ, ବ୍ରିଜ୍-ବଜାର ଉଭାନ୍…

କାଲି ଯେଉଁଠି ଥିଲା ଗାଁ ଆଜି ସେଠି ପ୍ରଳୟର ଆଁ... ମିନିଟ୍ କି ୨ ମିନିଟ୍ ନୁହେଁ ମାତ୍ର ୩୪ ସେକେଣ୍ଡରେ ପୂରା ଶ୍ମଶାନ ପାଲଟିଯାଇଥିଲା ଧରାଲିର ଗାଁ । ୩୪ ସେକେଣ୍ଡରେ ହିଁ ୯୦୦ ଲୋକଙ୍କୁ ନେଇ ମୁଣ୍ଡ ଟେକିଥିବା ଗାଁ ମାଟିରେ ମିଶିଯାଇଥିଲା

 ମୃତ୍ୟୁର ତାଣ୍ଡବଲୀଳା ପରେ ଧକେଇ କାନ୍ଦୁଛି ଧରାଲି: ବିପର୍ଯ୍ୟୟ ଆଁରେ ଗାଁ, ବ୍ରିଜ୍-ବଜାର ଉଭାନ୍...

ଡେରାଡୁନ: ପଳାଅ.. ପଳାଅ.. ପାଣି ମାଡି ଆସୁଛି ପଳାଅ… ଉପରକୁ ପଳାଅ.. ଦୂରରୁ ଡାକ ଛାଡୁଥିଲେ କିଛି ଲୋକ, ହେଲେ ତାଙ୍କ ଡାକ ଯେମିତି କାହାରି ପାଖେ ପହଞ୍ଚୁ ନଥିଲା । କାରଣ ବାଦଲ ଫଟା ବର୍ଷା ପରେ ହଠାତ୍ ପାହାଡରୁ ମାଡି ଆସିଥିବା ପାଣି, ମାଟି, କାଦୁଅର ଗର୍ଜନ ଏତେ ଥିଲା ଯେ ସାରା ଧରାଲିରେ ଆତଙ୍କର ଶବ୍ଦ ଶୁଭିଥିଲା । ଧରାଲିର ଧରତ୍ରୀ ଥରିଥିଲା । ଆଉ ଚାହୁଁ ଚାହୁଁ ପ୍ରଳୟର ପାଟିରେ ପଶିଯାଇଥିଲା ପୂରା ଧରାଲି । ମିନିଟ୍ କି ୨ ମିନିଟ୍ ନୁହେଁ ମାତ୍ର ୩୪ ସେକେଣ୍ଡରେ ପୂରା ଶ୍ମଶାନ ପାଲଟିଯାଇଥିଲା ଧରାଲିର ଗାଁ । ୩୪ ସେକେଣ୍ଡରେ ହିଁ ୯୦୦ ଲୋକଙ୍କୁ ନେଇ ମୁଣ୍ଡ ଟେକିଥିବା ଗାଁ ମାଟିରେ ମିଶିଯାଇଥିଲା । 

 

ସେଦିନ ଥିଲା ମଙ୍ଗଳବାର । ଦିନ ୧ଟା ୪୫ ମିନିଟରେ ବାଦଲ ଫାଟିବା ପରେ ଧରାଲିରେ ଆରମ୍ଭ ହୋଇଥିଲା ପ୍ରକୃତିର ଧ୍ବଂସଲୀଳା । ଚାହୁଁଚାହୁଁ ପାହାଡ ଉପରୁ ମାଡି ଆସିଥିଲା କାଦୁଅ ପାଣି । ପଥର ଓ କାଦୁଅ ମିଶା ପାହାଡି ପାଣିର ବେଗ ଏତେ ଜୋରରେ ଖିଲା ଯେ ନିମିଷକରେ ପୂରା ଗାଁ ପ୍ରଳୟର ଆଁରେ ପଶିଯାଇଥିଲା । ଭାସିଯାଇଥିଲା ଘରଦ୍ବାର, ଭାସିଗଲା ଧରାଲି ବଜାର, ଭୁସଭାସ୍ ଭାଙ୍ଗି ଭାସିଗଲା ବଡ଼ ବଡ଼ ହୋଟେଲ । କାଦୁଅ ପାଣିରେ ଭାସିଗଲା କାର୍, ଭାସିଗଲେ ମଣିଷ । ବଡ ବଡ ବିଲ୍ଡି, ଘର, ହୋଟେଲ, ମନ୍ଦିର ଭିତରେ ଥିବା ଭକ୍ତ ପାଣି ମାଡିଯିବାରୁ ତା ଭିତରେ ରହିଗଲେ ।

GxojpgJXIAARyk2

କାଦୁଅ ମିଶା ପାଣିରେ ଘର, ମନ୍ଦିର, ହୋଟେଲ୍, ହୋମ୍ ଷ୍ଟେ ସବୁ ଭାସିଯିବା ପରେ ଏବେ ଚାରିଆଡେ ଚିତ୍କାର, ସବୁଠି ହରାଇବାର ହାହାକାର । ଧରାଲିରେ ପ୍ରକୃତି ବିନାଶର ଜଳବୋମା ଫିଙ୍ଗିବା ପରେ ପାହାଡରୁ ପ୍ରଳୟ ନୁହେଁ ବରଂ ମୃତ୍ୟୁ ବହିଆସିଥିଲା । ଯାହାର ପାଟିରେ ସବୁ ପଶିଗଲା, ସବୁ ଛାରଖାର ହେଇଗଲା..

 

 

 

ସୌଜନ୍ୟ – ସମ୍ବାଦ

Comments are closed.