Breaking News

ମେଟ୍ରୋ ପ୍ରକଳ୍ପ ବନ୍ଦ ହେବନି ଏହାର ପରିସର ବୃଦ୍ଧି କରାଯିବ: ନଗର ଉନ୍ନୟନ ମନ୍ତ୍ରୀ

ମେଟ୍ରୋ ପ୍ରକଳ୍ପକୁ ନେଇ ଯେଉଁ ଅନିଶ୍ଚିତତା ଦେଖାଦେଇଛି ସେନେଇ ଆଜି ନଗର ଉନ୍ନୟନ ମନ୍ତ୍ରୀ ଉତ୍ତର ରଖିଛନ୍ତି | ସେ କହିଛନ୍ତି ଯେ ପୂର୍ବ ସରକାର ଯେଉଁ ମେଟ୍ରୋର ପରିକଳ୍ପନା ତ୍ରିସୁଳିଆ ପର୍ଯ୍ୟନ୍ତ କରିଥିଲେ,ଏହା କେତେଦୂର କାର୍ଯ୍ୟକ୍ଷମ ହେବ |

ଭୁବନେଶ୍ୱର: ମେଟ୍ରୋ ପ୍ରକଳ୍ପକୁ ନେଇ ଯେଉଁ ଅନିଶ୍ଚିତତା ଦେଖାଦେଇଛି ସେନେଇ ଆଜି ନଗର ଉନ୍ନୟନ ମନ୍ତ୍ରୀ ଉତ୍ତର ରଖିଛନ୍ତି | ସେ କହିଛନ୍ତି ଯେ ପୂର୍ବ ସରକାର ଯେଉଁ ମେଟ୍ରୋର ପରିକଳ୍ପନା ତ୍ରିସୁଳିଆ ପର୍ଯ୍ୟନ୍ତ କରିଥିଲେ,ଏହା କେତେଦୂର କାର୍ଯ୍ୟକ୍ଷମ ହେବ | ଟେକ୍ନିକାଲ ଲୋକଙ୍କୁ ରଖି ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି ଏବଂ ଏହି କମିଟି ସର୍ଭେ ମଧ୍ୟ କରିଛି | ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ |

କେଉଁଠୁ କେଉଁ ପର୍ଯ୍ୟନ୍ତ ଗଲେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ସେ ନେଇ କମିଟି ତର୍ଜମା କରୁଛି | ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ମେଟ୍ରୋ ପ୍ରକଳ୍ପର ଆବଶ୍ୟକତା ରହିଛି | ଏୟାରପୋର୍ଟରୁ ତ୍ରିସୁଳିଆ ପର୍ଯ୍ୟନ୍ତ କରାଯାଇଥିଲା, ଏହା କେତେଦୂର ଯୁକ୍ତିଯୁକ୍ତ | ଲୋକେ ତ୍ରିସୁଳିଆ ପର୍ଯ୍ୟନ୍ତ ଯାଇ କଣ କରିବେ, କଟକ ପର୍ଯ୍ୟନ୍ତ ଯିବାର ଆବଶ୍ୟକତା ରହିଛି |

ସେହିଭଳି ଅନ୍ୟାନ୍ୟ ସ୍ଥାନକୁ ମଧ୍ୟ ଯିବାର ଆବଶ୍ୟକତା ରହିଛି | କମିଟି ଅନୁଧ୍ୟାନ କରୁଛି ଏବଂ ଏହାର ପରିଧିକୁ ବିସ୍ତୃତ କରାଯିବ ଏବଂ ଏହି ପ୍ରକଳ୍ପକୁ ବାତିଲ କରାଯିବ ନାହିଁ | ଲୋକଙ୍କ ସରକାର ଲୋକଙ୍କର ଯାହା ଆବଶ୍ୟକତା ତାହା କରାଯିବ | ନନ୍ଦନକାନନ ରୋଡ଼ରେ ତିନିଥାକିଆ ରୋଡ଼ ହେବ ଏବଂ ତା ସହିତ ମେଟ୍ରୋ ମଧ୍ୟ ଚାଲିବ |

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.