ମହାନଗର
ମୋକିମ୍ ଦଳ ପାଇଁ ଆସେଟ୍ ଥିଲେ, ତାଙ୍କ ଭଳି ବୁଝିବା ଲୋକ କାହିଁକି ଏଭଳି କଲେ ମୁଁ ବୁଝିପାରୁନି

ଭୁବନେଶ୍ବର ୧୬।୧୨: କଂଗ୍ରେସରୁ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ଙ୍କ ବହିଷ୍କାର ପ୍ରସଙ୍ଗରେ ଛୁଙ୍କ ମାରିଲେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । କହିଲେ, ମୋକିମ୍ ଦଳ ପାଇଁ ଆସେଟ୍ ଥିଲେ ମୁଁ ଅସ୍ବୀକାର କରୁନି । ନିରଞ୍ଜନ ବାବୁଙ୍କ କଥାରେ ମୁଁ ସହମତ । ମୋକିମ୍ଙ୍କ ସହ ପର୍ଯ୍ୟାୟ କ୍ରମେ ଆଲୋଚନା ହୋଇଥିଲେ କଥା ଏତେ ଆଗକୁ ଯାଇ ନଥାନ୍ତା । ମୋକିମ୍ଙ୍କ ଭଳି ବୁଝିବା ଲୋକ କାହିଁକି ଏଭଳି କଲେ ମୁଁ ବୁଝି ପାରୁନି । ଚିଠି ଲେଖି ମିଡ଼ିଆକୁ ଦେବା ଅଗ୍ରହଣୀୟ ।
ନେତୃତ୍ୱକୁ ଚ୍ୟାଲେଞ୍ଜ କରି ପୂର୍ବରୁ ବହୁ ସ୍ବର ଉଠିଛି, ସବୁ ସ୍ବର ମିଳେଇ ଯାଇଛି । ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଚ୍ୟାଲେଞ୍ଜ କରିବା କେହି ଗ୍ରହଣ କରିବେ ନାହିଁ । ଶୃଙ୍ଖଳା କମିଟି ସବୁ ବିଚାର କରି ଆକ୍ସନ ନେଇଛନ୍ତି । ସେ ଆହୁରି କହିଛନ୍ତି, ଭକ୍ତଙ୍କୁ ଅନୁରୋଧ ସମସ୍ତଙ୍କୁ ନେଇ କାମ କରନ୍ତୁ । ଆମେ ତାଙ୍କ ସହ ଅଛୁ ବୋଲି ଜୟଦେବ ଜେନା କହିଛନ୍ତି ।
ସୌଜନ୍ୟ ସମ୍ବାଦ



