Breaking News

ମୋଦୀଜୀ ବହୁତ ‘ସ୍ମାର୍ଟ’; ପ୍ରଧାନମନ୍ତ୍ରୀଙ୍କୁ ଏଭଳି କହିଲେ ଡୋନାଲ୍ଡ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍(ଆନ୍ତର୍ଜାତୀୟ ବାଣିଜ୍ୟ ଉପରେ ଲାଗୁ କର) ଯୋଜନା ବିଶ୍ୱରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିଛି। ଏମଧ୍ୟରେ ଭାରତ ଉପରେ ଟାରିଫ୍ ବୃଦ୍ଧି ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି।

ନୂଆଦିଲ୍ଲୀ:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍(ଆନ୍ତର୍ଜାତୀୟ ବାଣିଜ୍ୟ ଉପରେ ଲାଗୁ କର) ଯୋଜନା ବିଶ୍ୱରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିଛି। ଏମଧ୍ୟରେ ଭାରତ ଉପରେ ଟାରିଫ୍ ବୃଦ୍ଧି ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ବୃଦ୍ଧି ଏକ କଠିନ ନିଷ୍ପତ୍ତି। କିନ୍ତୁ ମୁଁ ନିଶ୍ଚିତ ଯେ ଏହାର ଫଳାଫଳ ବହୁତ ଭଲ ହେବ।

ଏହା ସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ମୋଦୀ ବହୁତ ସ୍ମାର୍ଟ(ଚତୁର) ବ୍ୟକ୍ତି। ହ୍ୱାଇଟ୍ ହାଉସରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ କହିଛନ୍ତି ଯେ, ମୁଁ ନିଶ୍ଚିତ ଯେ ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନା ସକାରାତ୍ମକ ଫଳାଫଳ ଆଣିବ। ନରେନ୍ଦ୍ର ମୋଦୀ ଜଣେ ମହାନ ପ୍ରଧାନମନ୍ତ୍ରୀ।ପ୍ରଧାନମନ୍ତ୍ରୀ ମୋଦି ଏଠାକୁ ଆସିଥିଲେ। ସେ ମୋର ଜଣେ ଭଲ ବନ୍ଧୁ। ଆମେ ଅନେକ ବିଷୟ‌ରେ ଆଲୋଚନା କରିଛୁ। ଭାରତ ବିଶ୍ୱର ସବୁଠାରୁ ଅଧିକ ଶୁଳ୍କ ଥିବା ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ। ଆଶା କରୁଛି ମୋର ଏ ନିଷ୍ପତ୍ତି ଭଲ ଫଳ ଦେବ।”ତେବେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ବିବୃତ୍ତି ଆମେରିକାରେ ପ୍ରବେଶ କରୁଥିବା ସମସ୍ତ ଆମଦାନୀ ଯାନବାହନ ଉପରେ ୨୫ପ୍ରତିଶତ ଟାରିଫ୍ ଘୋଷଣା କରିବାର ଗୋଟିଏ ଦିନ ପରେ ଆସିଛି। ଏପ୍ରିଲ ୨ ତାରିଖରୁ ଲାଗୁ ହେଉଥିବା ଏହି ଟାରିଫ୍ ଆମେରିକାରେ ବିକ୍ରି ହେଉଥିବା ପ୍ରାୟ ଅଧା ସାମଗ୍ରୀ ଉପରେ ପଡ଼ିବ, ଯେଉଁଥିରେ ବିଦେଶରେ ଏକତ୍ରିତ ଆମେରିକୀୟ ବ୍ରାଣ୍ଡ ମଧ୍ୟ ଅନ୍ତର୍ଭୁକ୍ତ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.