Breaking News

ମୋଦୀ-ଟ୍ରମ୍ପ୍‌ ଭେଟ୍‌ଘାଟ୍‌: ପାକିସ୍ତାନ-ବାଂଲାଦେଶ ଓ ଚୀନ

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଗସ୍ତ ସମୟରେ ସେ ବିଭିନ୍ନ ପ୍ରସଙ୍ଗରେ ଉଭୟ ନେତା ଗୁରୁତ୍ବପୂର୍ଣ୍ଣ ଆଲୋଚନା କରୁଛନ୍ତି । ଦୁଇ ବିଶ୍ବ ନେତା ୱାନ ଟୁ ୱାନ ଆଲୋଚନା କରିବା ପରେ ଚିନ୍ତାରେ ପାକିସ୍ତାନ-ବାଂଲାଦେଶ ଓ ଚୀନ ।

ନୂଆଦିଲ୍ଳୀ: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଗସ୍ତ ସମୟରେ ସେ ବିଭିନ୍ନ ପ୍ରସଙ୍ଗରେ ଉଭୟ ନେତା ଗୁରୁତ୍ବପୂର୍ଣ୍ଣ ଆଲୋଚନା କରୁଛନ୍ତି । ଦୁଇ ବିଶ୍ବ ନେତା ୱାନ ଟୁ ୱାନ ଆଲୋଚନା କରିବା ପରେ ଚିନ୍ତାରେ ପାକିସ୍ତାନ-ବାଂଲାଦେଶ ଓ ଚୀନ । କାରଣ ଆମେରିକା ଭାରତ ମଧ୍ୟରେ ଲଗାତାର ସମ୍ପର୍କ ମଜବୁତ ହେବାରେ ଲାଗିଛି । ତେଣୁ ଟ୍ରମ୍ପ ସେମାନଙ୍କ ଉପରେ କି ନିର୍ଦ୍ଦେଶନାମା ଜାରି କରୁଛନ୍ତି ସେନେଇ ଏବେଠୁ ଛାତିରେ ପଶିଲାଣି ଛନକା । ଗୁରୁତ୍ବପୂର୍ଣ୍ଣ କଥା ହେଲା ଦ୍ବିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ହେବା ପରେ ମୋଦୀଙ୍କୁ ଫୋନ୍‌ କରି କଥା ହୋଇଥିଲେ ଟ୍ରମ୍ପ । ଖାଲି କଥା ହୋଇଥିଲେ ତାହା ନୁହେଁ ବରଂ ଆମେରିକା ଯିବାକୁ ନିମନ୍ତ୍ରଣ ଦେଇଥିଲେ । ମୋଦୀ ବି କଥା ରଖି ଟ୍ରମ୍ପ ଶପଥ ନେବାର ମାତ୍ର ୩ ସପ୍ତାହ ମଧ୍ୟରେ ଆମେରିକା ଗସ୍ତରେ ଯାଇଛନ୍ତି । ତେଣୁ ଦୁଇ ନେତା ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଚିନ୍ତାରେ ପଡ଼ୋଶୀ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଆମେରିକା ଗସ୍ତରେ ମୋଦୀ ଥିବା ବେଳେ ଟ୍ରମ୍ପଙ୍କ ସହ ବେପାର, ବାଣିଜ୍ୟ, ପ୍ରତିରକ୍ଷା, ଆତଙ୍କବାଦ, ଚୀନର ଦାଦାଗିରି, ଋଷିଆ-ୟୁକ୍ରେନ୍‌ ଯୁଦ୍ଧ ସହ ଏଚୱାନ-ବି ଭିସା ସମ୍ପର୍କରେ ଆଲୋଚନା ହେଉଛି । ଯେଉଁଥି ଲାଗି ଏହି ଦ୍ବିପାକ୍ଷିକ ବୈଠକ ଉପରେ ପୁରା ବିଶ୍ବର ନଜର ରହିଛି । କୁହାଯାଉଛି ଉଭୟ ରାଷ୍ଟ୍ର ଅନେକ କ୍ଷେତ୍ରରେ ବଡ଼ ନିଷ୍ପତ୍ତି ନେଇପାରନ୍ତି । ପୂର୍ବରୁ ଚୀନ ଓ ପାକିସ୍ତାନ ଉପରେ ଆଲୋଚନା ହୋଇଛି, ହେଲେ ଏଥର ବାଂଲାଦେଶ ବି ମୁଦ୍ଦାରେ ରହିଛି ।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.