ଓଡିଶାଜିଲ୍ଲା

ମୟୂରଭଞ୍ଜ ସୁନା ଖଣିରେ ମିଳିଲା ବ୍ୟାପକ ସୁନାର ସନ୍ଧାନ, ଅନ୍ୟ ଜିଲ୍ଲାରେ ଚାଲିଛି ଅନୁସନ୍ଧାନ

ଭୁବନେଶ୍ବର: ସୁନା ଦର ବଢୁଥିବା ବେଳେ ଓଡ଼ିଶାବାସୀଙ୍କ ପାଇଁ ଆଶ୍ବସ୍ତିର ଖବର। ମୟୁରଭଞ୍ଜ ମଦନସାହି କାଞ୍ଜିଆ ସୁନା ଖଣିରେ ରହିଛି ୧ ହଜାର ୪୬୨ କେଜି ୭୩୦ ଗ୍ରାମ ସୁନା। ଜିଏସଆଇ ଦ୍ୱାରା ଜି- ୨ ସର୍ଭେ ପରେ ଏହା ଜଣା ପଡ଼ିଛି। ଗୁରୁବାର ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ । ଏହା ବାଦ ରାଜ୍ୟରେ ଦେବଗଡ ଜିଲ୍ଲାର ଆଡାସ-ରାମପାଲି ଅଞ୍ଚଳ, କେଉଁଝର ଜିଲ୍ଲାର ଗୋପୁର- ଜଳଡ଼ିହି ଅଞ୍ଚଳ ଅଞ୍ଚଳରେ ସୁନାପଥର ଥିବା ସନ୍ଧାନ ମିଳିଛି | ଏଠାରେ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଛି ।

ଏହାବାଦ ଓଡ଼ିଶା ଖଣି ନିଗମ ଦ୍ବାରା ବିଭିନ୍ନ ପର୍ଯ୍ୟାୟରେ ପ୍ରାରମ୍ଭିକ ଅନୁସନ୍ଧାନ ପରେ ନିମ୍ନ ଲିଖିତ ସ୍ଥାନ ଗୁଡିକରେ ସୁନା ଥିବା ଅନୁମାନ କରାଯାଉଛି। ସେଗୁଡ଼ିକ ହେଲା କେନ୍ଦୁଝର ଜିଲ୍ଲାର ଗାଜିପୁର, ସଲେଇକଣା, ଡିମିରିମୁଣ୍ଡା। ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡା, ରୁଆଁସି, ଇଡେଲକୁଚା, ମରେଡ଼ିହି ଓ ସୁଲେଇପାଟ (ଧୂସୁରା ପାହାଡ) ଏବଂ ବାଦାମ ପାହାଡ ଅଞ୍ଚଳ। ସୁନ୍ଦରଗଡ଼ ଜିଲ୍ଲା ଦିଗ ଝରଣ, ମାଲଡ଼ିହି, ଘୋଗର ଓ ଗିରିଙ୍ଗିକେଳା। କୋରାପୁଟ ଜିଲ୍ଲାର ରୋଙ୍ଗପନ୍ତ, ଗାରିଆ ଓ ଦଶମନ୍ତପୁର, ମାଲକାନଗିରି ଜିଲ୍ଲା- ସୁନାପଦର, କ୍ୟାଙ୍ଗ ଓ ଗୋବିନ୍ଦପଲ୍ଲୀ, ଅନୁଗୁଳ ଜିଲ୍ଲାର ମାଙ୍କଡ଼ଚୁଆଁ, ଟିକିର, ସୋମାକୋଇ, ବୌଦ୍ଧ ଜିଲ୍ଲାର କୁଦଗାଁ, ଜହ୍ନପଙ୍କ ଓ ରାମଗଡ ଅଞ୍ଚଳ। ସମ୍ବଲପୁର ଜିଲ୍ଲାର କେନ୍ଦୁଖୁଣ୍ଟି ଓ କୁନ୍ତରବାହଲ। ଦେବଗଡ଼ ଜିଲ୍ଲାର ସୁନାକେନି, ନିକିତାମାଲ ଓ ଗାଇଲୋ ଅଞ୍ଚଳରେ ସୁନାପଥର ବିକ୍ଷିପ୍ତ ଭାବରେ ଥିବାର ଅନୁମାନ କରାଯାଉଛି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button