Breaking News

ଯାତ୍ରୀମାନେ ପ୍ଲାଟଫର୍ମରେ ଶୋଇଥିବା ବେଳେ ପାଣି ଫିଙ୍ଗି ଉଠାଇଲେ ସଫେଇ କର୍ମଚାରୀ

ନିଜନିଜ ଟ୍ରେନକୁ ଅପେକ୍ଷା କରି ପ୍ଲାଟଫର୍ମରେ ଶୋଇଥିବା ଯାତ୍ରୀଙ୍କୁ ଉଠାଇବା ପାଇଁ ପାଣି ଫିଙ୍ଗୁଛନ୍ତି ସଫେଇ କର୍ମଚାରୀ। ଘଟଣାର ଭିଡିଓ ଭାଇରାଲ ହେବାପରେ ଡିଭିଜନ ରେଲୱେ ମ୍ୟାନେଜର ଦେଲେ ପ୍ରତିକ୍ରିୟା।

ନୂଆଦିଲ୍ଲୀ: ଲକ୍ଷ୍ନୌର ଚାରବାଘ ରେଳ ଷ୍ଟେସନରେ ବିଳମ୍ବିତ ରାତିରେ  ନିଜନିଜ ଟ୍ରେନକୁ ଅପେକ୍ଷା କରି ପ୍ଲାଟଫର୍ମରେ ଶୋଇପଡ଼ିଥିବା ଯାତ୍ରୀମାନଙ୍କ ଉପରେ  ସଫେଇ କର୍ମଚାରୀମାନେ ପାଣି ଫିଙ୍ଗୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାଟି ଡିସେମ୍ବର ୨୫ରେ ଘଟିଥିବା ବେଳେ ଏବେ ଏହାର ଏକ ଭିଡିଓ ଭାଇରାଲ ହେଉଛି।ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.