ଦେଶ ବିଦେଶବାଣିଜ୍ୟ

ଯୁଦ୍ଧ ଯୋଗୁ ବଢ଼ିବ ଘର ଖର୍ଚ୍ଚ, ତେଲ ଲୁଣ ଠାରୁ ଆରମ୍ଭ କରି ପାଣି ବୋତଲ ପର୍ଯ୍ୟନ୍ତ ହେବ ମହଙ୍ଗା

ଅଶୋଧିତ ତେଲ ଏବଂ ଅନ୍ୟାନ୍ୟ କଞ୍ଚାମାଲର ଦାମ୍ ବଢ଼ିବାରୁ କମ୍ପାନିଙ୍କ ଖର୍ଚ୍ଚ ବଢ଼ିଛି। ଏମିତିରେ ଏବେ କମ୍ପାନିମାନେ ମୂଲ୍ୟ ବୃଦ୍ଧି କରିବା ନେଇ ଯୋଜନା କଲେଣି।

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବେ ବିଭିନ୍ନ କମ୍ପାନିଙ୍କ ପାଇଁ ଚିନ୍ତା ବଢ଼ାଇଛି। କାରଣ ଅଶୋଧିତ ତେଲ ଏବଂ ଅନ୍ୟାନ୍ୟ କଞ୍ଚାମାଲର ଦାମ୍ ବଢ଼ିବାରୁ କମ୍ପାନିଙ୍କ ଖର୍ଚ୍ଚ ବଢ଼ିଛି। ଏମିତିରେ ଏବେ କମ୍ପାନିମାନେ ମୂଲ୍ୟ ବୃଦ୍ଧି କରିବା ନେଇ ଯୋଜନା କଲେଣି। ତେଣୁ ଯୁଦ୍ଧ ଜାରି ରହିଲେ ନିତ୍ୟବ୍ୟହାର୍ଯ୍ୟ ସାମଗ୍ରୀର ମୂଲ୍ୟ ବି ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି।

ପ୍ରକୃତରେ ବର୍ତ୍ତମାନ ଯୁଦ୍ଧ ଯୋଗୁ ଅନେକ କମ୍ପାନି କ୍ଷତି ସହୁଛନ୍ତି। ଯେଉଁଥିରେ ତେଲ, ଲୁଣ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ହେଉ କି ଇଲେକ୍ଟ୍ରୋନିକ୍ସ ଓ ଚିକିତ୍ସା ଉପକରଣ ତିଆରି କମ୍ପାନି କରୁଥିବା କମ୍ପାନି ଅଛନ୍ତି। ତେଣୁ ଏମିତିରେ ଏସବୁ ଏବେ ମହଙ୍ଗା ହୋଇପାରେ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବୋତଲ ପାଣି ଠାରୁ ଆରମ୍ଭ କରି ଏୟାର କଣ୍ଡିସନର, ରେଫ୍ରିଜରେଟର, ନନ୍‌ ସର୍ଜିକାଲ ଚିକିତ୍ସା ସାମଗ୍ରୀ ଦାମ ବଢ଼ିବ ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button