ଓଡିଶା

ଯୁବକଙ୍କ ମୃତ୍ୟୁ ପରେ ଉତ୍ତେଜନା, ତଦନ୍ତ ପାଇଁ ଯାଇଥିବା ପୋଲିସକୁ ଅଟକ ରଖିଲେ ଗ୍ରାମବାସୀ

ବଲାଙ୍ଗିର: ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା। ତଦନ୍ତ ପାଇଁ ଯାଇଥିବା ପୋଲିସକୁ ଅଟକ ରଖିଲେ ଗ୍ରାମବାସୀ। ଘଟଣା ଘଟିଛି ବଲାଙ୍ଗିର ମାୟାବରା ଗାଁରେ।

ସୂଚନା ଅନୁସାରେ, ଗ୍ରାମର ଯୁବକ ଅକ୍ଷୟ ସୁନାଙ୍କ ସନ୍ଦେହଜନକ ମୃତ୍ୟୁକୁ ହତ୍ୟା ବୋଲି ଅଭିଯୋଗ କରି ଦୋଷୀଙ୍କୁ ଗିରଫ କରିବା ସହ ଓ ନ୍ୟାୟସଙ୍ଗତ ତଦନ୍ତ ଦାବିରେ ଅଡ଼ିବସିଥିଲେ ପରିବାର ଓ ଗ୍ରାମବାସୀ। ଏମିତିରେ ନ୍ୟାୟ ଦାବିରେ ମୃତକଙ୍କ ସଂପର୍କୀୟ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଗାଡ଼ିକୁ ଅଟକ ରଖି ପ୍ରତିବାଦ କରିଥିଲେ। ଫଳରେ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ତେବେ ତଦନ୍ତ ପ୍ରତିଶ୍ରୁତି ପାଇବା ପରେ ପ୍ରାୟ ୫ ଘଣ୍ଟା ପରେ ପୋଲିସକୁ ଛାଡ଼ିଥିଲେ ଗ୍ରାମବାସୀ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button