Breaking News

ଯୁବତୀ ଚାଲାଣକୁ ନେଇ ହଂସିତା-ଅନୀଲଙ୍କୁ ପଚାରିବ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌

ପୁଣି ରିମାଣ୍ଡରେ ଆସିବେ ହାଇପ୍ରୋଫାଇଲ୍ ଠକ ହଂସିତା-ଅନୀଲ | ଉଭୟଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି ପୁଲିସ | ଯୁବତୀ ଚାଲାଣ ପ୍ରସଙ୍ଗରେ ଅଧିକ ଖୋଳତାଡ଼ ପାଇଁ ଆଣିବ ପୁଲିସ ଓ କମିଶନରେଟ ପୁଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ଜେରା କରିବ

ଭୁବନେଶ୍ୱର: ପୁଣି ରିମାଣ୍ଡରେ ଆସିବେ ହାଇପ୍ରୋଫାଇଲ୍ ଠକ ହଂସିତା-ଅନୀଲ | ଉଭୟଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି ପୁଲିସ | ଯୁବତୀ ଚାଲାଣ ପ୍ରସଙ୍ଗରେ ଅଧିକ ଖୋଳତାଡ଼ ପାଇଁ ଆଣିବ ପୁଲିସ ଓ କମିଶନରେଟ ପୁଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ଜେରା କରିବ | ମିଳିଥିବା ସୂଚନା ମୁତାବକ ହଂସିତା ଓ ଅନୀଲଙ୍କୁ ରିମାଣ୍ଡରେ ଆଣିବାକୁ କମିଶନରେଟ ପୁଲିସ୍ ପକ୍ଷରୁ ପୁଣି ଥରେ ଆବେଦନ କରାଯିବ। ହଂସିତା ନାମରେ ଜାଲ ପାସପୋର୍ଟ ଓ ଯୁବତୀ ଚାଲାଣ ମାମଲା ରୁଜୁ ହୋଇଛି। ପୂର୍ବରୁ ଦିନିକିଆ ରିମାଣ୍ଡରେ ଆସିଥିଲେ ଉଭୟ ହଂସିତା ଓ ଅନୀଲ ।

ଏହା ପରେ ଦୁଇଟି ମାମଲା ରୁଜୁ କରିଛି ସ୍ପେଶିଆଲ କ୍ରାଇମ୍ ୟୁନିଟ। ଦେହ ବେପାର ସହ ଯୁବତୀ ଚାଲାଣ ଭଳି ସଂଗୀନ ଅଭିଯୋଗ ହୋଇଛି | ଏନେଇ ଇନ୍ଫୋସିଟି ଥାନାରେ ମାମଲା ରୁଜୁ ହୋଇଥିଲା। ତେବେ ପାସପୋର୍ଟ ଜାଲିଆତି ଓ ଯୁବତୀ ଚାଲାଣ ମାମଲାରେ ରିମାଣ୍ଡରେ ଆଣି ପଚରାଉଚୁରା କରିବ କମିଶନରେଟ ପୁଲିସ୍। ଆଜି ଏନେଇ କୋର୍ଟରେ ରିମାଣ୍ଡ ଆବେଦନ କରିବ ବୋଲି ସୂଚନା ଦେଇଛନ୍ତି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ |

ଉଲ୍ଲେଖ ଥାଉ କି ବହୁ ଚର୍ଚ୍ଚିତ ଠକ ଦଂପତି ହଂସିତା ଓ ଅନୀଲଙ୍କୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା। ହଂସିତାଙ୍କ ନାମରେ ଯୁବତୀ ଚାଲାଣ ନେଇ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା। ବଣ୍ଟି-ବବଲି ନାମରେ ଚର୍ଚ୍ଚାରେ ଥିବା ଏହି ଦଂପତିଙ୍କ ବିରୋଧରେ ଇମୋରାଲ ଟ୍ରାଫିକ ପ୍ରିଭେନସନ ଆକ୍ଟର ସେକ୍ସକନ ୫ ଲଗାଇ ଇନ୍‌ଫୋସିଟି ପୁଲିସ ମାମଲା ରୁଜୁ କରିଥିଲା ।

 

ସୌଜନ୍ୟ – ସମ୍ବାଦ

Comments are closed.