ରମଜାନରେ କାହିଁକି ଖଜୁରୀ ଖାଇ ଖୋଲାଯାଏ ରୋଜା ? ଜାଣନ୍ତୁ ଏହାର ଧାର୍ମିକ ମହତ୍ତ୍ଵ
ସନ୍ଧ୍ୟା ସମୟରେ, ସୂର୍ଯ୍ୟ ଅସ୍ତ ହେବା ପରେ ଇଫତାରରେ ସମୟରେ ରୋଜା ଖୋଲାଯାଏ। ଇଫତାରର ଏକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ହେଉଛି ଯେ ସାଧାରଣତଃ ପ୍ରଥମେ ଖଜୁରୀ ଖାଇ ଉପବାସ ଭଙ୍ଗାଯାଏ। ଏହି ପରମ୍ପରା କେବଳ ଏକ ପ୍ରଥା ନୁହେଁ, ଏହାର ଗଭୀର ଧାର୍ମିକ ମହତ୍ତ୍ୱ ରହିଛି। ଜାଣନ୍ତୁ ଏହା ବିଷୟରେ....

ନୂଆଦିଲ୍ଲୀ ୨୩।୦୨; ମୁସଲମାନ ସମ୍ପ୍ରଦାୟର ପବିତ୍ର ରମଜାନ ମାସ ୧୯ ତାରିଖରୁ ଆରମ୍ଭ ହୋଇଯାଇଛି। ଏହି ମାସରେ ପ୍ରତ୍ୟେକ ରୋଜା ବା ଉପବାସ ରଖନ୍ତି ପ୍ରତ୍ୟେକ ମୁସଲମାନ। ରମଜାନ୍ ମାସରେ ସଂଯମ ରକ୍ଷା କରି କ ଆଲାହଙ୍କ ପାଖରେ ମନ ନିବେଶ କରିବା ଉପରେ ଗୁରୁତ୍ୱ ଦିଆଯାଇଥାଏ। ପ୍ରତ୍ୟେକ ଦିନ ରୋଜା ଆରମ୍ଭ ହୁଏ ସହରି ବା ପ୍ରତ୍ୟୁଷ ଭୋଜନ ପରେ। ଦିନ ତମାମ ବିନା ଜଳ, ଖାଦ୍ୟରେ ରହିବା ପରେ ସନ୍ଧ୍ୟାରେ ରୋଜା ଭଙ୍ଗ ହୁଏ ଇଫତାର ବା ରାତ୍ର ଭୋଜନ ସହିତ। ଏହି ରୋଜା ଖଜୁରି କୋଳି ଖାଇବା ସହିତ ଭଙ୍ଗ କରାଯାଏ। ତେବେ ଏଠାରେ ପ୍ରଶ୍ନ ଉଠେ, କାହିଁକି କେବଳ ଖଜରା ବା ଖଜୁରି ଖାଇ ରୋଜା ଭଙ୍ଗ କରାଯାଏ ?
କୁହାଯାଏ ମହାପୁରୁଷ ମହମ୍ମଦ ଖଜୁରି ଖାଇବାକୁ ବିଶେଷ ପସନ୍ଦ କରୁଥିଲେ ଏବଂ ଏହା ଖାଇ ସେ ରୋଜା ଭଙ୍ଗ କରୁଥିଲେ। ଏଣୁ ଏହି ପରମ୍ପରାକୁ ମୁସଲମାନ ସମୁଦାୟ ପାଳନ କରି ଆସୁଛନ୍ତି । ଖଜୁରି ଖାଇ ରୋଜା ଭଙ୍ଗ ପାକ୍ ବା ପବିତ୍ର ବୋଲି ଗ୍ରହଣ କରାଯାଇଛି। ଏହି ଧାର୍ମିକ କାରଣ ବ୍ୟତୀତ ଖଜୁରି ଖାଇ ଉପବାସ ଭଙ୍ଗ କରିବା ପଛରେ ବି ରହିଛି ବୈଜ୍ଞାନିକ କାରଣ । ଖଜୁରି ସ୍ଵାସ୍ଥ୍ୟ ପାଇଁ ଉପାଦେୟ ଅଟେ।
ଦିନ ତମାମ ଉପଦାସ ରଖୁଥିବା ରୋଜାଧାରୀମାନଙ୍କର ଶରୀରରେ ସ୍ବାଭାବିକ ଭାବେ ଶର୍କରା ତଥା ଜଳ ପରିମାଣ କମିଯାଏ। ଖଜୁରିରେ ରହିଛି ପ୍ରାକୃତିକ ଶର୍କରା, ଯାହା ଶରୀରକୁ ତୁରନ୍ତ ଶକ୍ତି ଯୋଗାଏ ହେଲେ ଶରୀର କ୍ଷତି କରେ ନାହିଁ। ଏଥିରେ ପ୍ରଚୁର ପରିମାଣର ତତ୍ତ୍ବ ବା ଫାଇବର ରହିଛି। ଏହା ଖାଲିପେଟ ପାଇଁ କ୍ଷତିକାରକ ନ ହୋଇ ପାଚନ ପ୍ରକ୍ରିୟାକୁ ସ୍ଵାଭାବିକ କରାଇଥାଏ।
ସୌଜନ୍ୟ Prameya News7




