Breaking News

ରାକ୍ଷୀ ରହିଲା ସାକ୍ଷୀ: ଶତ୍ରୁକୁ ଦେଇଛ କଡ଼ା ଜବାବ..

ବିଦ୍ୟାଳୟର ପିଲାମାନେ ଭାରତୀୟ ସଶସ୍ତ୍ର ବାହିନୀର ସମ୍ମାନାର୍ଥେ 'ଅପରେସନ୍ ସିନ୍ଦୂର' ଥିମ୍ ଉପରେ ସ୍ୱତନ୍ତ୍ର ରାକ୍ଷୀ ପ୍ରସ୍ତୁତ କରିଛନ୍ତି। ଏହା ସଶସ୍ତ୍ର ବାହିନୀର ସାହସ ଏବଂ ବଳିଦାନ ପ୍ରତି ଛାତ୍ରଛାତ୍ରୀଙ୍କ ପ୍ରଶଂସା ଏବଂ କୃତଜ୍ଞତାର ଏକ ପ୍ରତୀକ ଅଟେ।

 

 

ଜମ୍ମୁ ଓ କଶ୍ମୀର: ଭାଇ-ଭଉଣୀଙ୍କ ଅତୁଟ ସମ୍ପର୍କର ପ୍ରତୀକ ରକ୍ଷା ବନ୍ଧନ ଅଗଷ୍ଟ ୯ତାରିଖରେ ପାଳନ କରାଯିବ। ଏହି ବିଶେଷ ଅବସରରେ ଜମ୍ମୁର ଦିୱାନ ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପିଲାମାନେ ଭାରତୀୟ ସଶସ୍ତ୍ର ବାହିନୀର ସମ୍ମାନାର୍ଥେ ‘ଅପରେସନ୍ ସିନ୍ଦୂର’ ଥିମ୍ ଉପରେ ସ୍ୱତନ୍ତ୍ର ରାକ୍ଷୀ ପ୍ରସ୍ତୁତ କରିଛନ୍ତି। ଏହା ସଶସ୍ତ୍ର ବାହିନୀର ସାହସ ଏବଂ ବଳିଦାନ ପ୍ରତି ଛାତ୍ରଛାତ୍ରୀଙ୍କ ପ୍ରଶଂସା ଏବଂ କୃତଜ୍ଞତାର ଏକ ପ୍ରତୀକ ଅଟେ।

ଦିୱାନ ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ କହିବାନୁସାରେ,  ଦେଶର ସୁରକ୍ଷାରେ ଦିନରାତି ନିୟୋଜିତ ସଶସ୍ତ୍ର ବାହିନୀ ସହିତ ଏକତା ପ୍ରଦର୍ଶନ କରିବା ପାଇଁ ଆମର ଏହା ଏକ ଛୋଟିଆ ପ୍ରୟାସ। ସ୍କୁଲ ପିଲାମାନଙ୍କ ଦ୍ୱାରା ତିଆରି ଏହି ରାକ୍ଷୀଗୁଡ଼ିକୁ ଦେଶର ବିଭିନ୍ନ ସୀମା ପୋଷ୍ଟରେ ନିୟୋଜିତ ସୈନିକଙ୍କ ନିକଟକୁ ପଠାଇ ଦିଆଯାଇଛି।”

ସେହିପରି  ରକ୍ଷା ବନ୍ଧନ ପୂର୍ବରୁ, ଜମ୍ମୁ ଏବଂ କଶ୍ମୀରର ଉଧମପୁରର ଛାତ୍ରୀମାନେ ଭାରତୀୟ ସୈନିକଙ୍କ ପାଇଁ ହାତରେ ତିଆରି ରାଖୀ ଏବଂ ଶୁଭେଚ୍ଛା କାର୍ଡ ତିଆରି କରିଛନ୍ତି । ଏହି ରାକ୍ଷୀ ଜରିଆରେ ଛାତ୍ରଛାତ୍ରୀମାନେ ସଶସ୍ତ୍ର ବାହିନୀର ଅପରେସନ ସିନ୍ଦୂରରେ ଥିବା ଭୂମିକା ସହିତ ଦିନରାତି ସୀମା ରହି ଦେଶକୁ ସୁରକ୍ଷା ଦେଉଥିବାରୁ କୃତଜ୍ଞତା ପ୍ରକାଶ କରିଛନ୍ତି।

 

 

‘ଅପରେସନ୍ ସିନ୍ଦୂର’ ଥିମ୍ ଉପରେ ସ୍ୱତନ୍ତ୍ର ରାକ୍ଷୀ ପ୍ରସ୍ତୁତକୁ ନେଇ ଛାତ୍ରଛାତ୍ରୀମାନେ କହିଛନ୍ତି, ‘ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ‘ଅପରେସନ୍ ସିନ୍ଦୂର’ ଜରିଆରେ ଆମର ଯବାନ ଭାଇମାନେ ନିଜ ଜୀବନକୁ ବାଜି ଲଗାଇ ଶତ୍ରୁକୁ ଦେଇଥିଲେ କଡ଼ା ଜବାବ। ‘ଅପରେସନ୍ ସିନ୍ଦୂର’ ଥିମରେ ତିଆର ଆମର ଏ ରାକ୍ଷୀ ରହିଲା ଭାରତୀୟ ଯବାନଙ୍କ ଶକ୍ତିଶାଳୀ ପରାକ୍ରମର  ସାକ୍ଷୀ।

କେବଳ ଜମ୍ମୁ ଓ କଶ୍ମୀରରେ ନୁହେଁ ଦେଶର ପ୍ରତିଟି କୋଣରେ ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ପ୍ରସ୍ତୁତ କରାଯାଇଛି। ଚଳିତଥର ରାକ୍ଷୀ ବଜାରରେ ଅପରେସନ ସିନ୍ଦୂରର ରାକ୍ଷୀ ଚହଳ ପକାଇଛି। ଏହା ଦେଖିବାକୁ ବି ଖୁବ ଆକର୍ଷଣୀୟ ରହିଛି।

 

 

 

Raksha Bandhanjamu-kashimr

 

 

ସୌଜନ୍ୟ – ସମ୍ବାଦ

Comments are closed.