Breaking News

ରାଜଧାନୀରେ ହିଟ୍ ଆଣ୍ଡ ରନ ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କର ମୃତ୍ୟୁ

ଭୁବନେଶ୍ୱର ୧୧/୦୮: ରାଜଧାନୀରେ ହିଟ୍‌ ଆଣ୍ଡ ରନ ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କର ମୃତ୍ୟୁ । ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା । ପୂର୍ବରୁ ମହିଳାଙ୍କ କୁନି ଝିଅର ଥାର ଗାଡି ଧକ୍କାରେ ମୃତ୍ୟୁ ହୋଇଥିଲା ।

ଗତ ଶନିବାର ପାତ୍ରପଡାରେ ରେସିଂ କରୁଥିବା ବେଳେ କୁନି ଝିଅ ସମେତ ତାଙ୍କ ମା ଓ ଭାଇକୁ ଧକ୍କା ଧକ୍କା ଦେଇଥିଲା ଥାର ଗାଡି । ଘଟଣା ସ୍ଥଳରେ କୁନି ଝିଅର ମୃତ୍ୟୁ ହୋଇଥିବା ବେଳେ ଭାଇ ଓ ମା ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ସୋମବାର ସକାଳୁ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନା ଥାଉକି, ରବିବାର ଜବତ ହୋଇଥିଲା ମଣିଷ ମରା ଥର୍ । ଥାର୍-ସ୍କର୍ପିଓ ରେସରେ କୁନି ଝିଅର ମୃତ୍ୟୁ ଘଟଣାରେ ଥର୍ କୁ ଜବତ କଲା ଖଣ୍ଡଗିରି ପୋଲିସ୍ । ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଗାଡ଼ିଟିକୁ ଜଟଣୀ ଅଞ୍ଚଳରୁ ଜବତ କରାଯାଇଛି । ଗାଡ଼ିଟିକୁ ଜଟଣୀ ଥାନା ଅଞ୍ଚଳରେ ଛାଡ଼ି ଫେରାର୍ ହୋଇଯାଇଛି ଗାଡ଼ି ଚାଳକ । ଥାରଟି ଜଟଣୀ କୁସୁମାଟି ଅଞ୍ଚଳର ହୋଇଥିବା ସୂଚନା ମିଳିଛି।

ରବିବାର ଭୁବନେଶ୍ୱର ପାତ୍ରପଡ଼ା ପାଖରେ ଜାତୀୟ ରାଜପଥ ଅବରୋଧ କରିଥିଲେ ଫୁଲେଶ୍ବରୀ ବସ୍ତିର ଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରିବାପରେ ରାସ୍ତାରୋକ ହଟିଥିଲା । ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭାଇ ହାତରେ ରାକ୍ଷୀ ବାନ୍ଧି ପାତ୍ରପଡା ଫେରୁଥିବାବେଳେ ଏକ ଥର୍ ଓ ଏକ ସ୍କର୍ପିଓ ମାଆ-ପୁଅ ଓ ଝିଅକୁ ଧକ୍କା ଦେଇ ଫେରାର୍ ହୋଇଯାଇଥିଲେ । ଦୁର୍ଘଟଣାରେ କୁନି ଝିଅର ମୃତ୍ୟୁ ହୋଇଥିବା ବେଳେ ମାଆ ଓ ପୁଅ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ସ୍କର୍ପିଓ ସଂପର୍କରେ ଅଧିକ ତଦନ୍ତ ଚଳାଇଛି ପୋଲିସ ।

 

 

 

ସୌଜନ୍ୟ – ସମ୍ବାଦ

Comments are closed.