Breaking News

ରାଜନଗରରେ ଚାଲିଛି ଡଲଫିନ୍ ଗଣନା, ତିନି ଦିନ ଧରି ଚାଲିବ

ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ମୁହାଣ ଏବଂ ବଂଗୋପସାଗରର ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏ ନୀଳ ଜଳରାଶିରେ ଜଳକ୍ରୀଡ଼ା କରୁଥିବା ଆଜିଠାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ୩ ଦିନ ଯାଏ ଚାଲିବ ଗଣନା।

କେନ୍ଦ୍ରାପଡ଼ା: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ମୁହାଣ ଏବଂ ବଂଗୋପସାଗରର ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏ ନୀଳ ଜଳରାଶିରେ ଜଳକ୍ରୀଡ଼ା କରୁଥିବା ଆଜିଠାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ୩ ଦିନ ଯାଏ ଚାଲିବ ଗଣନା।  ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ୯ଟି ଟିମ୍  ସାମିଲ୍ ହେବେ। ପ୍ରତି ଟିମରେ ୪ଜଣ ଡଲଫିନମାନଙ୍କ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ସକାଳ ୬ଟାରୁ ୯ ଟା ଯାଏ ଏହି ଗଣନା ଚାଲିବ।

ଏହି ଗଣନା ୨୭ରୁ ୨୯ ତାରିଖ ଯାଏ ୩ଦିନ ଧରି ଚାଲିବ। ଭିତରକନିକା ଅଂଚଳରେ ଡଲଫିନ୍ ଗଣନା ପାଇଁ ୯ଟି ଟିମ୍ ଗଠନ କରାଯାଇଛି। ଆଉଟର ହୁଇଲରରୁ ଚିଂଚିରି ମାଉଥ୍, ବରୁଣେଇରୁ ପାରାଦୀପ, ହଂସିଣା ବ୍ରିଜ୍‌ରୁ ମାଇପୁରା ମାଉଥ୍, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମାଉଥ୍ ଭାୟା ନଳିତାପାଟିଆ, କାଳିଭଂଜଡିଆଁ, ଜମ୍ବୁ ଖରନାସିରୁ ହୁକିଟେଲା, ପାରାଦୀପରୁ ଜଟାଧାର ମୁହାଣ ଓ ଦେବୀ ମୁହାଣରୁ ଜଟାଧାର ମୁହାଣ ଯାଏ ୯ଟି ଗ୍ରୁପରେ ବିଭକ୍ତ ହୋଇ ଡଲଫିନ୍‌ ଗଣନା କରାଯିବ।

ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ତଗରଫରୁ ୨୦୧୫ ମସିହା ଠାରୁ ଭିତରକନିକାରେ ଡଲଫିନ ମାନଙ୍କ ଗଣନା ଆରମ୍ଭ ହୋଇଛି।

ସୌଜନ୍ୟ-ସମ୍ୱାଦ

Comments are closed.