ରାଜସୁନାଖଳା ମେଡିକାଲରୁ ନବଜାତ ଚୋରି, CCTV ଅଣ୍ଡାଳୁଛି ପୋଲିସ

ନୟାଗଡ଼, ୩୦/୧୧ : ମେଡିକାଲରୁ ପୁଣି ନବଜାତ ଚୋରି ଅଭିଯୋଗ। ରାଜସୁନାଖଳା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରୁ ଏକ ନବଜାତ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଶିଶୁ ଜନ୍ମ ହେବାର କିଛି ସମୟ ପରେ ମେଡିକାଲରୁ ଗାଏବ କରାଯାଇଛି। ତେବେ ଶିଶୁଟି ଜନ୍ମ ହେବାପରେ ପରିବାର ଲୋକେ ଫଟୋ ଉଠାଇ ରଖିଥିଲେ। ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି।

ସୂଚନାନୁଯାୟୀ, ବୋଲଗଡ଼ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ାଙ୍କ ପତ୍ନୀ ସୁଧୀସ୍ମିତାଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଶୁକ୍ରବାର ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ପରିବାର ଲୋକେ ବେଶ୍ ଖୁସି ଥିଲେ। ଶିଶୁପୁତ୍ରର ଫଟୋ ଉଠାଇ ମଧ୍ୟ ରଖିଥିଲେ। ହେଲେ କିଛି ସମୟ ପରେ ନବଜାତ ଶିଶୁଟିକୁ କେହି ଚୋରି କରି ନେଇଥିଲେ। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ମେଡିକାଲରେ ପୋଲିସ ପହଞ୍ଚି ତନାଘନା କରୁଛି। ଏନେଇ ମେଡିକାଲ କର୍ତ୍ତୃପକ୍ଷ CCTV ଯାଞ୍ଚ କରୁଛନ୍ତି।
ସୌଜନ୍ୟ-ପ୍ରମେୟ

Related Articles

Back to top button