Breaking News

ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଫୁଲଡ୍ରେସ ରିହରସେଲ

ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱର ଗାନ୍ଧୀମାର୍ଗରେ ଅନୁଷ୍ଠିତ ହୋଇଛି ଫୁଲଡ୍ରେସ ରିହରସେଲ।ଫୁଲଡ୍ରେସ ରିହରସେଲରେ ପୁଲିସ ଡିଜି ଅତିଥି ଭାବେ ଯୋଗଦେଇ ପୁରା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

ଭୁବନେଶ୍ୱର: ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ  ଭୁବନେଶ୍ୱର ଗାନ୍ଧୀମାର୍ଗରେ ଅନୁଷ୍ଠିତ ହୋଇଛି ଫୁଲଡ୍ରେସ ରିହରସେଲ।ଫୁଲଡ୍ରେସ ରିହରସେଲରେ ପୁଲିସ ଡିଜି ଅତିଥି ଭାବେ ଯୋଗଦେଇ ପୁରା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଚଳିତ ଥର ପରେଡରେ ନେତୃତ୍ୱ ନେଇଛନ୍ତି ଯୁବ ଆଇପିଏସ ଭୋସଲେ ଶୁଭମ ସଞ୍ଜୟ | ସେ ଏବେ ସମ୍ବଲପୁର ଅତିରିକ୍ତ ଏସପି ଟ୍ରେନିଂ ଭାବେ କାର୍ଯ୍ୟ ତୁଲାଉଛନ୍ତି।

ଏଥର ପରେଡ଼ରେ ୪୩ଟି କଣ୍ଟିଜେଣ୍ଟ ଭାଗ ନେବେ। ପଡୋଶୀ ରାଜ୍ୟ ସହିତ ଉତ୍ତମ ସମନ୍ୱୟ  ରକ୍ଷା କରିବା ଲାଗି ଝାଡଖଣ୍ଡ ପୁଲିସ ମଧ୍ୟ ପରେଡରେ ସାମିଲ ହୋଇଛି। ଫୁଲଡ୍ରେସ ରିହରସେଲରେ ପୋଲିସ ଡିଜି ଠାରୁ ଅନୁମତି ନେଇ ପରେଡ଼ କମାଣ୍ଡର ପରେଡ଼ ଆରମ୍ଭ କରିଥିଲେ। ୧୨୦ ବାଟାଲିୟନ, ବିଏସଏଫ, ଆଇଟିବିପି, ସିଆରପିଏଫ, ସିଆରପିଏଫ ବ୍ୟାଣ୍ଡ, ଭୁବନେଶ୍ୱର ଏସଏସବିଏନ, ଏସଓଜି ଚନ୍ଦକା, ଝାଡ଼ଖଣ୍ଡ ପୁଲିସ, ଓଆଇଏସଫ, ଆମର୍ଡ ପୁଲିସ, କମିଶନରେଟ ଟ୍ରାଫିକ ପୁଲିସ, କଟକ ଓଏସଏପ , ଓଡ୍ରାଫ, ଓଆଇଏସଫ, ଫାୟାର, ହୋମଗାର୍ଡ, ସରକାରୀ ଓ ବେସରକାରୀ ସ୍କୁଲ ଛାତ୍ରଛାତ୍ରୀ ଓ ମହର୍ଷି ଡେୟାର ଡେଭିଲସ ଟିମ ଭାଗ ନେଇଛନ୍ତି।

ଏହା ସହିତ ଓଡିଶା ସେକଟିଙ୍ଗ ଏକାଡେମୀ ଦେଶାତ୍ମକ ସଙ୍ଗୀତରେ ନୃତ୍ୟ, ଆରୀୟନ ରୋୟାଲ ସ୍ପୋର୍ଟସ ଏକାଡେ଼ମୀ ଛାତ୍ରଛାତ୍ରୀଙ୍କ ଶିବ ତାଣ୍ଡବ , ରାୟଗଡାର ଢେମସା, କେନ୍ଦୁଝରର ଆଦିବାସୀ ନୃତ୍ୟ , ଘୋଡ଼ନାଚ ଓ ପ୍ରଜ୍ଞାପନ ମେଢ଼ ପରେଡ଼ରେ ସାମିଲ ହୋଇଥିଲେ । ଅନ୍ୟପଟେ କମିଶନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପରେଡ଼ ଗ୍ରାଉଣ୍ଡ ଅଞ୍ଚଳରେ ୧୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ପରେଡ଼ ଗ୍ରାଉଣ୍ଡ ସିସିଟିଭି ବଳୟରେ ରହିବ। ଏହା ସହ ବଛା ବଛା ପୁଲିସ ଅଫିସର ସୁରକ୍ଷା ଦ୍ୱାୟିତରେ ରହିବେ । ଏହା ସାଧା ପୋଷାକ ଧାରୀ ପୁଲିସ, ରୁଫଟଫ ସିକ୍ୟୁରିଟି , ଡଗ ସ୍କ୍ୱାର୍ଡ , ବମ ସ୍କ୍ୱାର୍ଡ ଓ ଟ୍ରାଫିକ, ପାର୍କିଙ୍ଗ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଜ୍ୟସ୍ତରୀୟ ପରେଡ଼ ମହାମହିମ ରାଜ୍ୟପାଳ ପରେଡ଼ ଅଭିବାଦନ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

 

 

ସୌଜନ୍ୟ – ସମ୍ବାଦ

Comments are closed.