Breaking News

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଜିଜିଏମ୍‌ଙ୍କୁ ୧୦ ଲକ୍ଷ ଲାଞ୍ଚ ମାମଲା: ବିଷ୍ଣୁପଦଙ୍କୁ ଭେଟିଥିଲେ ଚଞ୍ଚଲ୍‌!

ବ୍ରିଜ୍‌ ଆଣ୍ଡ ରୁଫ୍‌ ଲାଞ୍ଚ ମାମଲାରେ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ ବଢ଼ିଛି। ୧୦ ଲକ୍ଷ ଟଙ୍କା ଡିଲ୍‌ ହେବାର ୪ଦିନ ପୂର୍ବରୁ ବ୍ରିଜ୍‌ ଆଣ୍ଡ ରୁଫ୍‌ କର୍ପୋରେସନ୍‌ ଇଷ୍ଟକୋଷ୍ଟ ଜିଏମ୍ ବି କେ ସିଂହଙ୍କ ପକ୍ଷରୁ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ ଭେଟିବା...

ଭୁବନେଶ୍ବର: ବ୍ରିଜ୍‌ ଆଣ୍ଡ ରୁଫ୍‌ ଲାଞ୍ଚ ମାମଲାରେ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ ବଢ଼ିଛି। ୧୦ ଲକ୍ଷ ଟଙ୍କା ଡିଲ୍‌ ହେବାର ୪ଦିନ ପୂର୍ବରୁ ବ୍ରିଜ୍‌ ଆଣ୍ଡ ରୁଫ୍‌ କର୍ପୋରେସନ୍‌ ଇଷ୍ଟକୋଷ୍ଟ ଜିଏମ୍ ବି କେ ସିଂହଙ୍କ ପକ୍ଷରୁ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ ଭେଟିବା ଲାଗି ପଠାଯାଇଥିବା ଚିଠି ସାମନାକୁ ଆସିବା ପରେ ଶ୍ରୀ ସେଠୀଙ୍କ ପାଇଁ ବିପଦ ବଢ଼ିଛି। ଅପରପକ୍ଷରେ ବ୍ରିଜ୍‌ ଆଣ୍ଡ ରୁଫ୍ ଅଧିକାରୀଙ୍କ ସହ ଶ୍ରୀ ସେଠୀଙ୍କ ଆଲୋଚନା ହୋଇଥିବା ଧୀରେ ଧୀରେ ସ୍ପଷ୍ଟ ହେଉଛି। ହେଲେ ପ୍ରଶ୍ନ ଉଠୁଛି ୫ ତାରିଖରେ ବିଷ୍ଣୁପଦ ଏବଂ ବ୍ରିଜ୍‌ ଆଣ୍ଡ ରୁଫ୍ କମ୍ପାନିର ଜିଏମ୍ ବି କେ ସିଂହ ଓ ଜିଜିଏମ୍ ଚଞ୍ଚଲ ମୁଖାର୍ଜୀଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା କି? ଯଦି ହୋଇଥିଲା ସେମାନେ କେଉଁ  ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ? ତେବେ ଜିଏମ୍‌ ଶ୍ରୀ ସିଂହ କିମ୍ବା ଜିଜିଏମ୍‌ ଚଞ୍ଚଲ ଏନେଇ ମୁହଁ ଖୋଲିନାହାନ୍ତି।

ବ୍ରିଜ୍‌ ଆଣ୍ଡ ରୁଫ୍ ଜିଏମ୍‌ଙ୍କ ଚିଠି ଖୋଲିଲା ଗୁମର
ଜେଲ୍‌ ଗଲେ ୩ ଅଭିଯୁକ୍ତ, ୧୮ରେ ଜାମିନ ଶୁଣାଣି

ସେପଟେ ଲାଞ୍ଚ ମାମଲାରେ ତିନିଜଣ ଅଭିଯୁକ୍ତଙ୍କ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଆଜି ସେମାନଙ୍କୁ ୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେମାନେ ହେଲେ ବ୍ରିଜ୍‌ ଆଣ୍ଡ ରୁଫ୍ କର୍ପୋରେସନ ପ୍ରାଇଭେଟ୍‌ ଲିମିଟେଡ୍‌ର  ଜିଜିଏମ୍ ଚଞ୍ଚଲ ମୁଖାର୍ଜୀ, ଆଦିତ୍ୟ ଦେବ୍ ଇନଫ୍ରାଟେକ୍‌ର ଏମଡି ଦେବଦତ୍ତ ମହାପାତ୍ର ଏବଂ ପେଣ୍ଟା ଏ ଷ୍ଟୁଡିଓର ନିର୍ଦ୍ଦେଶକ  ସନ୍ତୋଷ ମହାରଣା। ତିନି ଅଭିଯୁକ୍ତଙ୍କ ପକ୍ଷରୁ ସେମାନଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିବାବେଳେ ଏହାର ଶୁଣାଣି ଆସନ୍ତା ୧୮ ତାରିଖରେ ହେବ ବୋଲି ଜଣାପଡ଼ିଛି। ଦେବଦତ୍ତଙ୍କ ତରଫରୁ ତାଙ୍କ ଓକିଲ ଯଶଵନ୍ତ ଦାସ ୪ କୋଟିରୁ ଊର୍ଦ୍ଧ୍ବ  ଟଙ୍କାର ଦାମୀ ମର୍ସିଡିଜ୍ କାରକୁ ମୁକୁଳାଇବା, ଅଚଳ ଆକାଉଣ୍ଟ ସଚଳ କରିବା ନେଇ କୋର୍ଟରେ ପିଟିସନ ଦାଖଲ କରିଛନ୍ତି। ଅପରପକ୍ଷରେ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ରାଜେଶ ପ୍ରଧାନ ଭୁବନେଶ୍ବରରେ ପହଞ୍ଚି ମାମଲାର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଇଣ୍ଟିଗ୍ରେଟେଡ୍‌ ଇନ୍‌ଫ୍ରା କମ୍ପ୍ଲେକ୍ସ ବଲାଙ୍ଗୀରରେ ହୋଇଥିବା କାମ ପାଇଁ ଟେଣ୍ଡର ଫିକ୍ସିଂ ହୋଇଥିବା ସନ୍ଦେହ କରାଯାଉଛି। ୫୨କୋଟି ୬୧ଲକ୍ଷ ଟଙ୍କାର ଏହି ପ୍ରକଳ୍ପକୁ ହାତେଇଥିଲା ଆଦିତ୍ୟ ଦେବ ଇନ୍‌ଫ୍ରାଟେକ୍‌। ୨୦୨୪ ଅକ୍ଟୋବର ୭ରେ ଏହାର ଟେଣ୍ଡର ଆହ୍ବାନ କରାଯାଇଥିଲା। ଏହି ଟେଣ୍ଡର କାରବାରକୁ ନେଇ ମଧ୍ୟ ସିବିଆଇ ତନାଘନା ଚଳାଇଛି।

 

ସୌଜନ୍ୟ – ସମ୍ବାଦ

Comments are closed.