Breaking News

ରାୟଗଡା ଜିଲ୍ଳାରେ ନଷ୍ଟ ହେଲାଣି ୭୦କୋଟି ଟଙ୍କାରୁ ଉର୍ଦ୍ଧ୍ବ ଗଂଜେଇ ଗଛ

ରାୟଗଡ଼ା ଜିଲ୍ଲାରେ ନକ୍ସଲ ସମସ୍ୟା ପାୟତଃ ନଥିବାରୁ ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳରେ ସ୍ଥାନୀୟ ପୁଲିସ ନେତୃତ୍ବରେ ଚଢାଉ ଜାରି ରହିଛି। ବାରମ୍ବାର ସଚେତନତା ପରେ ମଧ୍ୟ ଗୁଡ଼ାରୀ, ପଦ୍ମପୁର ଓ ଚନ୍ଦ୍ରପୁର ବ୍ଲକର ଦୁର୍ଗମ ଅଞ୍ଚଳରେ ବେଆଇନ ଭାବେ ଗଂଜେଇ ଚାଷ କରାଯାଉଅଛି।

ରାୟଗଡ଼ା: ଗତ ଏକ ମାସ ମଧ୍ୟରେ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ସ୍ବାଥି ଏସ୍‌ କୁମାରଙ୍କ ନେତୃତ୍ବରେ ଜିଲ୍ଳାର ପଦ୍ମପୁର, ଗୁଡ଼ାରୀ, ଚନ୍ଦ୍ରପୁର ଓ ଗୁଣପୁର ବ୍ଲକ ଅଞ୍ଚଳରେ ବିପୁଳ ପରିମାଣରେ ଗଂଜେଇ ଚାଷ ହେଉଥିବା ଖବର ପାଇ ବ୍ୟାପକ ଭାବରେ ଚଢ଼ାଉ କରାଯାଇ ୭୦  କୋଟି ଟଙ୍କାରୁ ଊର୍ଦ୍ଧ୍ବ  ମୂଲ୍ୟର ଗଂଜେଇ ଗଛ ନଷ୍ଟ କରାଯାଇଥିବା ଜଣାପଡିଛି। ଏସ୍‌ପି ନିଜେ ଉପସ୍ଥିତ ରହି ପୁଲିସ, ଅବକାରୀ, ଜଙ୍ଗଲ ଏବଂ ପ୍ରଶାସନର ଅନ୍ୟ କର୍ମଚାରୀମାନଙ୍କୁ ସାଙ୍ଗରେ ନେଇ ଏହି ଚଢ଼ାଉ କରୁଛନ୍ତି।

 

 

 

ସୌଜନ୍ୟ-ସମ୍ୱାଦ

Comments are closed.