Breaking News

ରିଜର୍ଭ ବ୍ୟାଙ୍କ ରିପୋର୍ଟ: ମହାନଗର ପାଇଁ ମୁଣ୍ଡପିଛା ୧୨୫୮ ଟଙ୍କା ଋଣ

ଓଡ଼ିଶାର ମହାନଗର ନିଗମଗୁଡ଼ିକ ଆର୍ଥିକ ଅନୁଷ୍ଠାନରୁ ଅଧିକ ଋଣ କରୁଛନ୍ତି। ସେମାନଙ୍କ ପାଇଁ ସହରବାସୀଙ୍କ ମୁଣ୍ଡରେ ୨୦୨୨-୨୩ରେ ୧୨୫୮ ଟଙ୍କା ଥିଲା ଯାହା ଦେଶରେ ସର୍ବାଧିକ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି।

0

ଭୁବନେଶ୍ବର: ଓଡ଼ିଶାର ମହାନଗର ନିଗମଗୁଡ଼ିକ ଆର୍ଥିକ ଅନୁଷ୍ଠାନରୁ ଅଧିକ ଋଣ କରୁଛନ୍ତି। ସେମାନଙ୍କ ପାଇଁ ସହରବାସୀଙ୍କ ମୁଣ୍ଡରେ ୨୦୨୨-୨୩ରେ ୧୨୫୮ ଟଙ୍କା ଥିଲା ଯାହା ଦେଶରେ ସର୍ବାଧିକ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଏହି ତାଲିକାରେ ଓଡ଼ିଶା ପଛକୁ ରହିଛି ତେଲେଙ୍ଗାନା, ତାମିଲନାଡୁ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ହିମାଚଳପ୍ରଦେଶ, କେରଳ ଓ ଗୁଜରାଟ ଭଳି ରାଜ୍ୟ।

ରିପୋର୍ଟ ଅନୁସାରେ ୨୦୧୯-୨୦ରେ ମହାନଗର ନିଗମଗୁଡ଼ିକର ଆର୍ଥିକ ଅନୁଷ୍ଠାନ ଋଣ ୨୮୮୬ କୋଟି ଟଙ୍କା ଥିଲା। ୨୦୨୩-୨୪ ସୁଦ୍ଧା ତାହା ୧୩,୩୬୪ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୨୩-୨୪ରେ ନିଗମଗୁଡ଼ିକର ମୋଟ ପ୍ରାପ୍ତିରେ ଋଣର ଭାଗ ସର୍ବଭାରତୀୟ ସ୍ତରରେ ହାରାହାରି ୫.୨ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ସେହି ହାର ୧୪.୪ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି। ଏଥିରୁ ଏହା ସ୍ପଷ୍ଟ ହେଉଛି ଓଡ଼ିଶାର ମହାନଗର ନିଗମଗୁଡ଼ିକ ପାଣ୍ଠିର ଏକ ସିଂହ ଭାଗ ଋଣ ଜରିଆରେ ସଂଗ୍ରହ କରୁଛନ୍ତି। ତେବେ, କିଛି ବର୍ଷ ମଧ୍ୟରେ ରାଜସ୍ବ କ୍ଷେତ୍ରରେ ଓଡ଼ିଶାର ମହାନଗର ନିଗମଗୁଡ଼ିକ ବଳକାରେ ପରିଣତ ହୋଇପାରିଛନ୍ତି। ୨୦୨୧-୨୨ରେ ସେମାନଙ୍କ ରାଜସ୍ବ ନିଅଣ୍ଟ ୧୭୬ କୋଟି ଟଙ୍କା ଥିଲା। ୨୦୨୨-୨୩ରେ କିନ୍ତୁ ୧୯ କୋଟି ଟଙ୍କାର ରାଜସ୍ବ ବଳକା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ବର୍ଷରେ ରାଜସ୍ବ ବଳକା ପରିମାଣ ୨୦୬ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା।

ଏହି ତିନି ଆର୍ଥିକ ବର୍ଷରେ ମହାନଗର ନିଗମଗୁଡ଼ିକର ରାଜସ୍ବ ପ୍ରାପ୍ତି ୮୩୧ କୋଟି ଟଙ୍କାରୁ ବୃଦ୍ଧି ପାଇ ୧୨୬୭ କୋଟି ଟଙ୍କା ହୋଇପାରିଛି। କିନ୍ତୁ ରାଜସ୍ବ ବ୍ୟୟରେ ସେଭଳି ଆଖିଦୃଶିଆ ବୃଦ୍ଧି ହୋଇନାହିଁ। ତିନି ଆର୍ଥିକ ବର୍ଷର ରାଜସ୍ବ ବ୍ୟୟ ଯଥାକ୍ରମେ ୧୦୦୭ କୋଟି ଟଙ୍କା, ୮୩୫ କୋଟି ଟଙ୍କା ଓ ୧୦୬୧ କୋଟି ଟଙ୍କା ରହିଛି। ପୁଞ୍ଜି ବ୍ୟୟ କ୍ଷେତ୍ରରେ କିନ୍ତୁ ଆଗୁଆ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। ମୋଟ ବ୍ୟୟର ୫୦ ପ୍ରତିଶତରୁ ଅଧିକ ପୁଞ୍ଜି ବ୍ୟୟ ଆକାରରେ ଖର୍ଚ୍ଚ କରିଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ବିହାର ରହିଥିବା ରିପୋର୍ଟରୁ ଜଣାପଡ଼ିିଛି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.