ଅକ୍ଟୋବର ୨୩ ତାରିଖରେ ମୁଖ୍ୟ କାର୍ଯ୍ୟକ୍ରମ ରହିଛି।  ଚଳିତ ବର୍ଷ ବ୍ରିକ୍ସ ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ରହିଛି , ‘ ଷ୍ଟ୍ରେନ୍‌ଦେନିଙ୍ଗ ମଲ୍ଟିଲାଟେରାଲିଜିମ ଫର୍‌ ଜଷ୍ଟ ଗ୍ଲୋବାଲ ଡେଭେଲପମେଣ୍ଟ୍‌ ଆଣ୍ଡ ସିକ୍ୟୁରିଟି’ ଅର୍ଥାତ୍‌ ବିଶ୍ବର ବିକାଶ ଏବଂ ସୁରକ୍ଷା ପାଇଁ ବହୁପକ୍ଷବାଦକୁ ସୁଦୃଢ଼ କରିବା। ଏହାଦ୍ବାରା ବିଶ୍ବ ନେତାମାନେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବୈଶ୍ବିକ ପ୍ରସଙ୍ଗ ଉପରେ ଏହି ଗୁରୁତ୍ବପୂର୍ଣ୍ଣ ମଞ୍ଚରେ ଆଲୋଚନା କରିପାରିବେ। ତେବେ ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବାର ସମ୍ଭାବନା ରହିଛି।