Breaking News

ରୋହିତ ପାକିସ୍ତାନ ଯିବା ନେଇ ଚର୍ଚ୍ଚା: ବୁମ୍‌ରାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ

ଆସନ୍ତା ମାସ ୧୯ରୁ ଆରମ୍ଭ ହେବ ଚାମ୍ପିଅନ୍ସ ଟ୍ରଫି। ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବ ଫେବ୍ରୁଆରି ୧୬ କିମ୍ବା ୧୭ରେ ପାକିସ୍ତାନରେ ଅନୁଷ୍ଠିତ ହେବ। ଭାରତ ପ୍ରତିଯୋଗିତାରେ ଭାଗ ନେବାକୁ ପାକିସ୍ତାନକୁ ଯିବନି ବୋଲି ମନା କରିବାରୁ ଏହା ହାଇବ୍ରିଡ୍‌ ମଡେଲ୍‌ରେ ପାକିସ୍ତାନ ଓ ଦୁବାଇରେ ଅନୁଷ୍ଠିତ ହେବ।

ନୂଆଦିଲ୍ଲୀ: ଆସନ୍ତା ମାସ ୧୯ରୁ ଆରମ୍ଭ ହେବ ଚାମ୍ପିଅନ୍ସ ଟ୍ରଫି। ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବ ଫେବ୍ରୁଆରି ୧୬ କିମ୍ବା ୧୭ରେ ପାକିସ୍ତାନରେ ଅନୁଷ୍ଠିତ ହେବ। ଭାରତ ପ୍ରତିଯୋଗିତାରେ ଭାଗ ନେବାକୁ ପାକିସ୍ତାନକୁ ଯିବନି ବୋଲି ମନା କରିବାରୁ ଏହା ହାଇବ୍ରିଡ୍‌ ମଡେଲ୍‌ରେ ପାକିସ୍ତାନ ଓ ଦୁବାଇରେ ଅନୁଷ୍ଠିତ ହେବ। ଭାରତର ତା’ର ସମସ୍ତ ମ୍ୟାଚ୍‌ ଦୁବାଇରେ ଖେଳିବ। ଏପରିକି ‌ଫାଇନାଲ୍‌ରେ ପହଞ୍ଚିଲେ ଏହା ମଧ୍ୟ ଦୁବାଇରେ ହେବ ବୋଲି ସ୍ଥିର ହୋଇଛି। କିନ୍ତୁ ଉଦ୍‌ଘାଟନୀ ସମାରୋହ ଆୟୋଜକ ପାକିସ୍ତାନ କରିବ ବୋଲି ପ୍ରାୟ ନିଶ୍ଚିତ ହୋଇଛି। ଏଥିରେ ପ୍ରତି ଦଳର ଅଧିନାୟକ ‌ଓ ଖେଳାଳି ଯୋଗ ଦେବେ। ଏଥିସହ ଅଧିନାୟକମାନଙ୍କ ଫଟୋ ସୁଟ୍‌ ମଧ୍ୟ ଅନୁଷ୍ଠିତ ହେବ। ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନକୁ ଯିବାକୁ ଭାରତୀୟ ଖେଳାଳିଙ୍କୁ ଭାରତ ସରକାର ଅନୁମତି ଦେଉ ନଥିବାରୁ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଗସ୍ତ ନେଇ ଚର୍ଚ୍ଚା ଆରମ୍ଭ ‌‌ହୋଇଛି। ପ୍ରତିଯୋଗିତା ପୂର୍ବ ଇଭେଣ୍ଟ୍‌ ଲାଗି ସମସ୍ତ ଅଧିନାୟକ ସହ ଖେଳାଳି ଓ ଦଳୀୟ ଅଧିକାରୀଙ୍କ ପାଇଁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଭିସା ଲାଗି ସରକାରଙ୍କୁ ଅନୁରୋଧ କରିଛି। ଏଥିରେ ରୋହିତଙ୍କ ସହ ଅନ୍ୟ ଭାରତୀୟ ଖେଳାଳି ଓ ଅଧିକାରୀଙ୍କ ନାଁ ରହିଛି। ପିସିବି ଏଥିସହ ଆଇସିସିକୁ କହିଛି ଯେ ଉଦ୍‌ଘାଟନୀ ସମାରୋହ ପାକିସ୍ତାନରେ ହେବ ଏବଂ ସମସ୍ତ ଦଳର ଅଧିନାୟକ ଯୋଗଦେବେ।

ମୁମ୍ବାଇ ରଣଜୀ ଶିବିରରେ ଜୟସ୍ବାଲ, ରୋହିତଙ୍କ ସମ୍ମତିକୁ ଅପେକ୍ଷା
ମୁମ୍ବାଇ: ଭାରତୀୟ ଓପନର୍‌ ଯଶସ୍ବୀ ଜୟସ୍ବାଲ ବୁଧବାର ଆଗାମୀ ରଣଜୀ ମ୍ୟାଚ୍‌ ଲାଗି ମୁମ୍ବାଇ ଶିବିରରେ ଯୋଗ ଦେଇଛନ୍ତି। ହେଲେ ଅଭ୍ୟାସ ଶିବିରର ପ୍ରଥମ ଦିନରେ ଝାଳବୁହା ଅଭ୍ୟାସ କରିଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମା କିନ୍ତୁ ଦଳ ପକ୍ଷରୁ ରଣଜୀ ଖେଳିବା ନେଇ କୌଣସି ସମ୍ମତି ଦେଇନାହାନ୍ତି। ମୁମ୍ବାଇ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ସହ ମଙ୍ଗଳବାର ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ବହୁ ସମୟ ଧରି ବ୍ୟାଟିଂ  କରିଥିବା ରୋହିତ ପୁଣି ଥରେ ଦିନେ ଦୁଇଦିନ ମଧ୍ୟରେ ଅଭ୍ୟାସକୁ ଫେରିବାର ସମ୍ଭାବନା ରହିଛି। ତେଣୁ ସେ ୨୩ରୁ ଆରମ୍ଭ ହେବାକୁ ଥିବା ଜାମ୍ମୁ କାଶ୍ମୀର ବିପକ୍ଷରେ ରଣଜୀ ଖେଳିବାର ରହିଛି। ୨୦ ତାରିଖରେ ମୁମ୍ବାଇ ଦଳ ଘୋଷଣା ହେବାକୁ ଥିଲା ବେଳେ ରୋହିତଙ୍କ ସମ୍ମତିକୁ ମୁମ୍ବାଇ କ୍ରିକେଟ୍‌ ସଂଘ (ଏମ୍‌ସିଏ) ଅପେକ୍ଷା ରହିଛି। ଜୟସ୍ବାଲ ବୁଧବାର ସକାଳେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ବ୍ୟାଟିଂ କରିଥିଲେ।

ବୁମ୍‌ରାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ
ମୁମ୍ବାଇ: ଅଷ୍ଟ୍ରେଲିଆରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ସମସ୍ତ ପାଞ୍ଚଟି ଯାକ ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ତାରକା ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରା କେବଳ ଇଂଲଣ୍ଡ ଶୃଙ୍ଖଳା ନୁହେଁ ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ମାତ୍ରାଧିକ କାର୍ଯ୍ୟଭାର ଯୋଗୁଁ ବୁମ୍‌ରାଙ୍କ ପିଠିରେ ଏବେ ଦରଜ ରହିବା ସହ ଅସହ୍ୟ ଯନ୍ତ୍ରଣା ହେଉଛି। ସେଥିପାଇଁ ଡାକ୍ତରମାନେ ତାଙ୍କୁ ସଂପୂର୍ଣ୍ଣ ବେଡ୍ ରେଷ୍ଟ୍ ପାଇଁ ପରାମର୍ଶ ଦେଇଛନ୍ତି। ତେବେ କେତେ ଦିନ ପାଇଁ କ୍ରିକେଟ୍ ପଡ଼ିଆକୁ ନଓହ୍ଲାଇ ବିଶ୍ରାମ ନେବାକୁ କହିଛନ୍ତି, ସେକଥା ସ୍ପଷ୍ଟ ହୋଇନି। ଏହା କିନ୍ତୁ ଭାରତୀୟ ଦଳକୁ ଚିନ୍ତାରେ ପକାଇଛି। ବୁମ୍‌ରାଙ୍କୁ ଦଳରେ ସାମିଲ କରିବା ପୂର୍ବରୁ ବିସିସିଆଇ ଡାକ୍ତରମାନେ ତାଙ୍କ ପିଠି ଯନ୍ତ୍ରଣାର ପୁନଃଆକଳନ କରିବେ  ବୋଲି ଜଣାପଡ଼ିଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.