ଜାତୀୟ

ଲଗଜରୀ କାର୍ କିଣିଲେ ୟୁଜବେନ୍ଦ୍ର ଚହଲ୍, ଦାମ୍ ଜାଣିଲେ ଆଶ୍ଚର୍ଯ୍ୟ ହେବେ; ଇନଷ୍ଟା ପୋଷ୍ଟରେ ଏମିତି ଲେଖିଲେ କ୍ରିକେଟର

ପ୍ରିମିୟମ୍ ସ୍ପୋର୍ଟସ୍ କାର BMW Z4 । ଏଥିରେ ରହିଛି ୨୯୯୮ ସିସି ଇଞ୍ଜିନ୍ । ୩୩୫ bhp ଏବଂ ୫୦୦ Nm ଟର୍କ ଜେନେରେଟ୍ କରେ ଏହି କାର। ଲଗଜରୀ କାରର ଏକ ଭିଡିଓ ସେୟାର କରିଛନ୍ତି ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ।

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଏକ BMW Z4 କାର କିଣିଛନ୍ତି । ତାଙ୍କ କାର କଲେକ୍ସନରେ ଯୋଡ଼ି ହୋଇଛି ଆଉ ଏକ ଲଗଜରୀ କାର । କିନ୍ତୁ ପିତା ମାତାଙ୍କ ମୁହଁରେ ହସ ଫୁଟାଇବା ତାଙ୍କ ଲାଗି ପ୍ରକୃତ ଲଗଜରୀ ବୋଲି କହିଛନ୍ତି ଚହଲ । କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ, ଚହଲ ଡେଙ୍ଗୁ ଏବଂ ଚିକୁନଗୁନିଆରେ ଆକ୍ରାନ୍ତ ହୋଇଛନ୍ତି । ଫଳରେ ସେ ସୟଦ ମୁସ୍ତାକ ଅଲି ଟ୍ରଫି ଫାଇନାଲରେ ଖେଳିପାରି ନଥିଲେ ।

କ୍ରିକେଟର ଚହଲ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ସେ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ‘ମୁଁ ମୋର ନୂଆ କାର ସେହି ଦୁଇଜଣ ବ୍ୟକ୍ତିଙ୍କ ସହିତ ଘରକୁ ଆଣିଛି, ଯେଉଁମାନେ ମୋର ପ୍ରତ୍ୟେକ ସ୍ୱପ୍ନକୁ ସାକାର କରିଥିଲେ। ମୋ ପିତାମାତାଙ୍କୁ ଏହି ମୁହୂର୍ତ୍ତରେ ଦେଖିବା ପ୍ରକୃତ ଲଗଜରୀ।’

ୟୁଜବେନ୍ଦ୍ର ଚହଲ ଏକ ପ୍ରିମିୟମ୍ ସ୍ପୋର୍ଟସ୍ କାର BMW Z4 କିଣିଛନ୍ତି। ଏହି ଲଗଜରୀ କାରଟି ଏହାର ଡିଜାଇନ୍ ଏବଂ ପାଓ୍ବାର ପାଇଁ ଜଣାଶୁଣା। ଭାରତରେ ଏହାର ମୂଲ୍ୟ ପ୍ରାୟ ୮୮ ଲକ୍ଷ ଟଙ୍କା (ଏକ୍ସ-ଶୋରୁମ୍) ରୁ ଆରମ୍ଭ ହୁଏ । BMW Z4ରେ ୨୯୯୮ ସିସି ଇଞ୍ଜିନ୍ ରହିଛି । ଏହା ୩୩୫ bhp ଏବଂ ୫୦୦ Nm ଟର୍କ ଜେନେରେଟ୍ କରେ । ଏହା କାରର ସର୍ବାଧିକ ଗତି ୨୫୦ କିଲୋମିଟର ପ୍ରତି ଘଣ୍ଟା ।

ଚିକୁନଗୁନିଆ ଏବଂ ଡେଙ୍ଗୁ କାରଣରୁ ଅଭିଜ୍ଞ ସ୍ପିନର ୟୁଜବେନ୍ଦ୍ର ଚହଲ ସୟଦ ମୁସ୍ତାକ ଅଲି ଟ୍ରଫି ଫାଇନାଲରେ ଖେଳିପାରି ନଥିଲେ। ତାଙ୍କ ଦଳ ହରିୟାଣା ପ୍ରଥମ ଥର ପାଇଁ ଫାଇନାଲରେ ପହଞ୍ଚିଥିଲା। ଫାଇନାଲରେ ହରିୟାଣାକୁ ଝାଡ଼ଖଣ୍ଡ ପରାସ୍ତ କରି ପ୍ରଥମ ଟାଇଟଲ ଜିତିଥିଲା । ଯେଉଁଥିରେ ଇଶାନ କିଶନ ଐତିହାସିକ ଶତକ ହାସଲ କରିଥିଲେ।

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button