Breaking News

‘ଲଢ଼େଇ’ର ସୁଟିଂ ଶେଷ

ଦେବାଶିଷ ପଟ୍ଟନାୟକଙ୍କ ପ୍ରଯୋଜିତ ତଥା ଅଶୋକ ପତିଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ସିନେମା ‘ଲଢ଼େଇ’ର ସୁଟିଂ ଶେଷ ହୋଇଛି। ଏହାର ଅଧିକାଂଶ ସୁଟିଂ ଭୁବନେଶ୍ବର, କଟକ ଓ ବ୍ରହ୍ମପୁରଠାରେ କରାଯାଇଛି।

ଦେବାଶିଷ ପଟ୍ଟନାୟକଙ୍କ ପ୍ରଯୋଜିତ ତଥା ଅଶୋକ ପତିଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ସିନେମା ‘ଲଢ଼େଇ’ର ସୁଟିଂ ଶେଷ ହୋଇଛି। ଏହାର ଅଧିକାଂଶ ସୁଟିଂ ଭୁବନେଶ୍ବର, କଟକ ଓ ବ୍ରହ୍ମପୁରଠାରେ କରାଯାଇଛି। ଏହି ସିନେମା ଜରିଆରେ ଓଲିଉଡ୍‌ରେ ନୂଆ ନାୟକ ଲୋହିତାକ୍ଷ ପଟ୍ଟନାୟକ ଓ ନବାଗତା ନାୟିକା ଅଭିଲିପ୍ସାଙ୍କ ଆଗମନ ଘଟିଛି। ଲୋହିତାକ୍ଷ ୨୦୦୮ରେ ମୁକ୍ତିଲାଭ କରିଥିବା ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଡ୍ରିମ୍ ଗାର୍ଲ’ରେ ପ୍ରଥମେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ।

ଏହାପରେ ତାଙ୍କୁ ୧୪ଟି ଓଡ଼ିଆ ଛବିରେ ଶିଶୁ କଳାକାର ଭାବେ ଦେଖିବାକୁ ମିଳିଥିଲା। ଲୋହିତାକ୍ଷ-ଅଭିଲିପ୍ସାଙ୍କ ବ୍ୟତୀତ ଏଥିରେ ବିଭାସ, କେ କେ ଓ ଉଦିତ ଗୁରୁ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ଭରଦ୍ବାଜ ପଣ୍ଡା ‘ଲଢ଼େଇ’ର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିବା ବେଳେ ଗୌରବ ଆନନ୍ଦ ଓ ସୋମେଶ ଶତପଥୀ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏଣେ ପ୍ରଖ୍ୟାତ ବଲିଉଡ୍‌ ଅଭିନେତା  ଆଶିଷ ବିଦ୍ୟାର୍ଥୀ ‘ଲଢ଼େଇ’ର ନାୟକ ଲୋହିତାକ୍ଷ ପଟ୍ଟନାୟକଙ୍କୁ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.