Breaking News

ଲାଲ୍‌ବାହିନୀର ବର୍ବର କାଣ୍ଡ, ୨ ପୂର୍ବତନ ସରପଞ୍ଚଙ୍କ ଗଳାକାଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି, ୦୫/୧୨ : ଲାଲ୍‌ବାହିନୀର ବର୍ବର କାଣ୍ଡ। ଶୁଣିଲେନି ଝିଅର ଗୁହାରୀ। ଅପହରଣ କରି ବାପାକୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ। ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନାନୁଯାୟୀ, ଜାଙ୍ଗଲା ଥାନା ଅନ୍ତର୍ଗତ ଭୈରବଗଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶୁକଲୁ ଫରସା ଓ କଡେର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଖରାମ ଅବଲମଙ୍କୁ ମାଓବାଦୀମାନେ ଗତ ୨ ତାରିଖରେ ବିରଭୂମି ଜଙ୍ଗଲ ରାସ୍ତାରୁ ଅପହରଣ କରିଥିଲେ। ଅପହରଣ ପରେ ଶୁକଲୁ ଫରସାଙ୍କ ନାବାଳିକା ଝିଅ ୟାମିନି ଫରସା ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ତାଙ୍କ ବାପାଙ୍କୁ ଛାଡି ଦେବାକୁ ନିବେଦନ କରିଥିଲେ। ହେଲେ ମାଓବାଦୀମାନେ ନାବାଳିକାଙ୍କ ଗୁହାରୀ ଶୁଣିନଥିଲେ। ମାଓବାଦୀମାନେ ଆଜି ଦୁଇ ଅପହୃତଙ୍କ ଗଳାକାଟି ନିର୍ମମ ଭାବେ ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ଏକ ହାତ ଲେଖା ପୋଷ୍ଟର ଛାଡି ଯାଇଛନ୍ତି। ଭାଜପା କର୍ମୀ ହୋଇଥିବାରୁ ଭୈରବଗଡ ମାଓ ସଙ୍ଗଠନ ଏହି ଦୁଇ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି।

ସୌଜନ୍ୟ-ପ୍ରମେୟ

Comments are closed.