Breaking News

ଲିଙ୍ଗରାଜ ଭଜନ ମଣ୍ଡପ ପୁନରୁଦ୍ଧାର ପାଇଁ ଶୁଭଦେଲେ ମୁଖ୍ୟମନ୍ତ୍ରୀ: ‘ଆତ୍ମାର ଜାଗୃତି ହିଁ ଜାଗର ପର୍ବର ମୁଖ୍ୟ ଉଦ୍ଦେଶ୍ୟ’

‘‘ଆତ୍ମାର ଜାଗୃତି ହିଁ ଜାଗର ପର୍ବର ମୁଖ୍ୟ ଉଦ୍ଦେଶ୍ୟ। ଆତ୍ମାର ଜାଗରଣରେ ଜାଗର ପର୍ବର ସୁଫଳ ମିଳିପାରିବ। ଲିଙ୍ଗରାଜ ମନ୍ଦିର ଓ ଏକାମ୍ର କ୍ଷେତ୍ରର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ପାଇଁ ଆମ ସରକାର ଚେଷ୍ଟିତ।

ପୁରୁଣା ଭୁବନେଶ୍ବର: ‘‘ଆତ୍ମାର ଜାଗୃତି ହିଁ ଜାଗର ପର୍ବର ମୁଖ୍ୟ ଉଦ୍ଦେଶ୍ୟ। ଆତ୍ମାର ଜାଗରଣରେ ଜାଗର ପର୍ବର ସୁଫଳ ମିଳିପାରିବ। ଲିଙ୍ଗରାଜ ମନ୍ଦିର ଓ ଏକାମ୍ର କ୍ଷେତ୍ରର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ପାଇଁ ଆମ ସରକାର ଚେଷ୍ଟିତ। କେବଳ ଲିଙ୍ଗରାଜ ମନ୍ଦିର ନୁହେଁ ବରଂ ରାଜ୍ୟର ସମସ୍ତ ଆଧ୍ୟାତ୍ମିକ ସ୍ଥାନମାନଙ୍କର ଉନ୍ନତୀକରଣ ହେବା ସହିତ ବିକାଶ କରିବା ପାଇଁ ଆମ ଉଦ୍ୟମ ଜାରି ରହିବ।’’ ପବିତ୍ର ଶିବରାତ୍ରିରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ ଜାତୀୟସ୍ତରୀୟ ଭଜନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଲିଙ୍ଗରାଜ ଭଜନ ମଣ୍ଡପ ପୁନରୁଦ୍ଧାର ପାଇଁ ନଡ଼ିଆ ବାଡ଼େଇ ଶୁଭ ଦେଇଥିଲେ। ସମ୍ମାନିତ ଅତିଥିଭାବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ଅନୁଷ୍ଠାନର ଉପସଭାପତି ବିଧାୟକ ବାବୁ ସିଂ, ବିଏମ୍‌ସି ମେୟର ସୁଲୋଚନା ଦାସ, ବିଜେପି ନେତା ସମୀର ମହାନ୍ତି, ଶିବାନନ୍ଦ ରାୟ, ଜଗନ୍ନାଥ ପ୍ରଧାନ, ରଶ୍ମି ମହାପାତ୍ର, ମନ୍ମଥ ରାଉତରାୟ, ବିରଞ୍ଚି ନାରାୟଣ ମହାସୂପକାର ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଭାପତି ତଥା ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାମ୍ବାଦିକ ତଥା ଅନୁଷ୍ଠାନର ସମ୍ପାଦକ ସନତ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ।

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.