Breaking News

ଲୋକାର୍ପିତ ହେବ କଟକ ରେଳ ଷ୍ଟେସନ ପୂର୍ବ ଫାଟକ, ଉଦଘାଟନ କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କଟକ ୦୭/୧୨: ଆଜି ଲୋକାର୍ପିତ ହେବ କଟକ ରେଳ ଷ୍ଟେସନ ପୂର୍ବ ଫାଟକ। ଏହି ଅତ୍ୟାଧୁନିକ ପ୍ରକଳ୍ପକୁ ଉଦଘାଟନ କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପ୍ରାୟ ୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ବୃହତ ପ୍ରକଳ୍ପ। ଏଦା ଦ୍ୱାରା ଯାତ୍ରୀ ମାନେ ଅତ୍ୟାଧୁନିକ ସେବା ପାଇପାରିବେ। ପ୍ରତୀକ୍ଷାଳୟରେ ସେଣ୍ଟ୍ରାଲ ଏସିର ବ୍ୟବସ୍ଥା ରହିଛି, ଯେଉଁଠି ଏକାକାଳୀନ ୨ ଶହରୁ ଉର୍ଦ୍ଧ ଯାତ୍ରୀ ବସିପାରିବେ। ପ୍ଲାଟଫର୍ମକୁ ଯିବା ଆସିବା କରିବା ପାଇଁ ଏସ୍କାଲେଟର, ପାହାଚ ସହିତ ଦିବ୍ୟାଙ୍ଗ ମାନଙ୍କ ପାଇଁ ଲିଫ୍ଟର ବ୍ୟବସ୍ଥା ରହିଛି। ସେହିପରି ୩ ଟି ପୃଥକ ଟିକେଟ କାଉଣ୍ଟର ଏବଂ ଟିକେଟ ଏଟିଏମର ସୁବିଧା ମଧ୍ୟ ଏଠାରେ ଉପଲବ୍ଧ ହେବ। ଏହା ବ୍ୟତୀତ ଅତ୍ୟାଧୁନିକ ଶୌଚାଳୟ ଏବଂ ଶତାଧିକ ଲୋକ ଏକାକାଳୀନ ବସି ଖାଇ ପାରିବା ଭଳି ଭୋଜନଳାୟର ମଧ୍ୟ ସୁବିଧା ଏଠାରେ ରହିଛି। ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ର ଏବଂ ସ୍ୱତନ୍ତ୍ର ମିଲେଟ କ୍ୟାଫେ ରହିଛି ଏହି ପ୍ରବେଶ ଦ୍ୱାରରେ। ତେବେ ବିଶେଷ କଥା ହେଲା ଏହି ପୂର୍ବ ଦ୍ୱାର ଖୋଲିବା ପରେ ଜାତୀୟ ରାଜପଥକୁ କଟକ ରେଳ ଷ୍ଟେସନ ସିଧା ସଳଖ ଭାବେ ଯୋଡି ହେବ, ଯାହାଦ୍ୱାରା ଯାତ୍ରୀ ମାନଙ୍କୁ ଆଉ ଅଧିକ ରାସ୍ତା ଅତିକ୍ରମ କରିବାକୁ ପଡିବ ନାହିଁ। କଟକ ଷ୍ଟେସନ ଇଷ୍ଟ ଗେଟ୍‌ ନିକଟରେ ୫ ସହ ଗାଡି ରହିବା ଭଳି ପାର୍କିଙ୍ଗ ପ୍ଲେସର ସୁବିଧା ରହିଛି। ସ୍ୱଛତା ବଜାୟ ରଖିବା ଲାଗି ମଧ୍ୟ ବିଶେଷ ପଦକ୍ଷେପ ନିଆଯାଇଛି। ଆଜି ଅପରାହ୍ନ ୪ ଟା ୪୫ ରେ ଏହି ପ୍ରତିକ୍ଷିତ ପ୍ରକଳ୍ପକୁ ଲୋକାର୍ପଣ କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ସୌଜନ୍ୟ-ପ୍ରମେୟ

Comments are closed.