Breaking News

ଲୋହରି ଓ ପୋଙ୍ଗଲ୍‌ ପାଳିଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋହରୀ ପାଳନ କରିଛନ୍ତି । ଏଥିପାଇଁ ଦିଲ୍ଲୀର ନାରାୟଣା ଗାଁରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଗାଁରେ ଲୋହରୀର ପବିତ୍ର ଅଗ୍ନି ସଂଯୋଗ କରିଥିଲେ ।

ନୂଆଦିଲ୍ଳୀ: ସୋମବାର ଦିନ ଲୋହରି ଏବଂ ପୋଙ୍ଗଲ୍‌ ପର୍ବ ପାଳନ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋହରୀ ପାଳନ କରିଛନ୍ତି। ଏଥିପାଇଁ ଦିଲ୍ଲୀର ନାରାୟଣା ଗାଁରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଗାଁରେ ଲୋହରୀର ପବିତ୍ର ଅଗ୍ନି ସଂଯୋଗ କରିଥିଲେ । ଏହା ସହ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଏହା ପରେ କେନ୍ଦ୍ରମନ୍ତ୍ରୀ ଜି. କ୍ରିଷ୍ଣାରେଡୀଙ୍କ ବାସଭବନକୁ ଯାଇ ପୋଙ୍ଗଲ ଉତ୍ସବରେ ସାମିଲ ହୋଇଥିଲେ ।

ଅଭିନେତା ଚିରଞ୍ଜୀବି, କେନ୍ଦ୍ରମନ୍ତ୍ରୀ ଏଲ୍. ମୁରଗନ ଓ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ମଧ୍ୟ ‌ସେଠାରେ ଉପସ୍ଥିତ ଥିଲେ । ଏହାର ଭିଡିଓ ଏବଂ ଫଟୋ ପୋଷ୍ଟ କରି ଲୋହରୀ ଓ ପୋଙ୍ଗଲର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦୀଙ୍କ ସହ ମିଶି ପୋଙ୍ଗଲ୍‌ ପାଳନ କରିଥିବାରୁ ସେଠାକାର ବାସିନ୍ଦାମାନେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ଜଣେ କଳାକାର କହନ୍ତି, ‘‘ମୋଦୀ ଆସିଲେ। ଆମ ସହ ଭାରତୀୟ ସଂସ୍କୃତି ଓ ସଂକ୍ରାନ୍ତି ପରମ୍ପରା ବିଷୟରେ କଥା ହେଲେ। ଆମକୁ ବହୁତ ଗର୍ବ ଅନୁଭବ ହେଲା।’’

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.