Breaking News

ଶକ୍ତିକାନ୍ତଙ୍କୁ ନେଇ ଚର୍ଚ୍ଚା ବଢ଼ିଲା, ୧୦ରେ ସରୁଛି କାର୍ଯ୍ୟକାଳ

ଚଳିତ ଆର୍ଥିକବର୍ଷର ଦ୍ବିତୀୟ ତ୍ରୟମାସର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ହ୍ରାସ ପାଇବା ପରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଉପରେ ଚାପ ବୃଦ୍ଧି ପାଇଛି। ବିଶେଷକରି ଆସନ୍ତା ସପ୍ତାହରେ ତାଙ୍କର ଦ୍ବିତୀୟ ଅବଧିର କାର୍ଯ୍ୟକାଳ ଶେଷ ହେଉଛି।

ମୁମ୍ବାଇ: ଚଳିତ ଆର୍ଥିକବର୍ଷର ଦ୍ବିତୀୟ ତ୍ରୟମାସର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ହ୍ରାସ ପାଇବା ପରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଉପରେ ଚାପ ବୃଦ୍ଧି ପାଇଛି। ବିଶେଷକରି ଆସନ୍ତା ସପ୍ତାହରେ ତାଙ୍କର ଦ୍ବିତୀୟ ଅବଧିର କାର୍ଯ୍ୟକାଳ ଶେଷ ହେଉଛି। ସରକାର ତାଙ୍କୁ ତୃତୀୟ ଥର ପାଇଁ ଏହି ପଦରେ ଅବସ୍ଥାପିତ କରିବା ଉପରେ ଚିନ୍ତା କରୁଥିବା ପୂର୍ବରୁ ଚର୍ଚ୍ଚା ହେଉଥିଲା। ଶୀଘ୍ର ଏ ନେଇ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଦ୍ବିତୀୟ ତ୍ରୟମାସର ଜିଡିପି କମିବା ପରେ ଏହି ଶକ୍ତିକାନ୍ତଙ୍କୁ ସରକାର ଅଧିକ ଦିନ ସୁଯୋଗ ଦେବେ କିମ୍ବା ନୂଆ ବ୍ୟକ୍ତିଙ୍କୁ ଏହି ପଦରେ ବସାଇବେ ତାହାକୁ ନେଇ ଚର୍ଚ୍ଚା ବଢ଼ିଯାଇଛି।

୧୦ରେ ସରୁଛି କାର୍ଯ୍ୟକାଳ
ଆଉ ଥରେ ବଢ଼ିବା ନେଇ ଅନିଶ୍ଚିତତା

ଦେଶର ଜିଡିପି ଅଭିବୃଦ୍ଧି ଗତ ୭ଟି ତ୍ରୟମାସ ମଧ୍ୟରେ ସର୍ବନିମ୍ନ ରହିବା ସହିତ ରିଜର୍ଭ ବ୍ୟାଙ୍କର ଆକଳନ ୭ ପ୍ରତିଶତ ଠାରୁ କମ୍ ରହିଛି। ଏଭଳି ସ୍ଥିତିରେ ଶକ୍ତିକାନ୍ତଙ୍କ ଦ୍ବିତୀୟ କାର୍ଯ୍ୟକାଳର ଶେଷ ମୁଦ୍ରାନୀତି କମିଟି ବୈଠକ ବୁଧବାର(ଡିସେମ୍ବର ୪)ରୁ ଆରମ୍ଭ ହେଉଛି। ୬ ତାରିଖରେ ସେ ଏହି କମିଟିର ସମୀକ୍ଷା ରିପୋର୍ଟ ଘୋଷଣା କରିବେ। ମୁଦ୍ରାସ୍ଫୀତି ଅକ୍ଟୋବର ମାସରେ ୧୪ ମାସର ସର୍ବୋଚ୍ଚ ସ୍ତର ୬.୨୧ ପ୍ରତିଶତରେ ପହଞ୍ଚିଥିବାବେଳେ ଅଭିବୃଦ୍ଧି ହ୍ରାସ ପାଇଥିବାରୁ କମିଟି ‌ସୁଧ ହାର ସଂପର୍କରେ କି ନିଷ୍ପତ୍ତି ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସୌଜନ୍ୟ-ସମ୍ୱାଦ

Comments are closed.