Breaking News

ଶନିବାର ସୁଦ୍ଧା ବନ୍ଧକ ମୁକ୍ତ ନହେଲେ ସମସ୍ତ ନର୍କ ଭାଙ୍ଗି ଚୁର୍‌ମାର୍‌ ହେବ: ଟ୍ରମ୍ପ୍‌

ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ କହିଛନ୍ତି ଯେ ଯଦି ଗାଜାରେ ବନ୍ଦୀ ଥିବା ସମସ୍ତ ବନ୍ଧକଙ୍କୁ ଶନିବାର ମଧ୍ୟାହ୍ନ ସୁଦ୍ଧା ମୁକ୍ତ କରାନଯାଏ, ତେବେ ସେ ଇସ୍ରାଏଲ-ହମାସ ଅସ୍ତ୍ରବିରତି ସମାପ୍ତ କରିବାକୁ ପ୍ରସ୍ତାବ ଦେବେ।

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ହମାସକୁ ଚେତାବନୀ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ କହିଛନ୍ତି ଯେ ଯଦି ଗାଜାରେ ବନ୍ଦୀ ଥିବା ସମସ୍ତ ବନ୍ଧକଙ୍କୁ ଶନିବାର ମଧ୍ୟାହ୍ନ ସୁଦ୍ଧା ମୁକ୍ତ କରାନଯାଏ, ତେବେ ସେ ଇସ୍ରାଏଲ-ହମାସ ଅସ୍ତ୍ରବିରତି ସମାପ୍ତ କରିବାକୁ ପ୍ରସ୍ତାବ ଦେବେ। ସବୁ ନର୍କ ଭଙ୍ଗା ହେବ ବା ଭୟାବହ ପରିସ୍ଥିତି ଉପୁଜିବ।

ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଇସ୍ରାଏଲ୍‌ର ବନ୍ଧକଙ୍କୁ ମୁକ୍ତ କରିବା ବନ୍ଦ କରିବ ବୋଲି ହମାସ ଘୋଷଣା କରିବା ପରେ ଟ୍ରମ୍ପ୍‌ ଏପରି ଚେତାବନୀ ଦେଇଛନ୍ତି।

ଆତଙ୍କବାଦୀ ସଂଗଠନ ଇସ୍ରାଏଲ ଉପରେ ଅସ୍ତ୍ରବିରତି ଚୁକ୍ତିନାମା ଉଲ୍ଲଂଘନ କରିବାର ଅଭିଯୋଗ ଆଣିଛି, ଯାହା ଫଳରେ ସଂଘର୍ଷ ପୁଣି ଥରେ ଆରମ୍ଭ ହୋଇପାରେ ବୋଲି ଚିନ୍ତା ପ୍ରକାଶ ପାଇଛି।

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.