Breaking News

ଶରଧାପୁର ମାଙ୍କଡ଼ା ଖଣିରେ ବଡ଼ ଧରଣର ଚଢ଼ାଉ, ୩୭ ଗାଡ଼ି ଜବତ

ଖୋର୍ଦ୍ଧା ଟାଉନ୍ ଥାନାଠାରୁ ଅଳ୍ପ ଦୂରରେ ଥିବା ଶରଧାପୁର ମାଙ୍କଡ଼ା ଖଣିରେ ବଡ଼ ଧରଣର ଚଢ଼ାଉ ହୋଇଛି। ଆଜି ସକାଳୁ ଏହି ଚଢ଼ାଉ କରାଯାଇ ୩୭ ଗାଡ଼ି ଜବତ ହୋଇଥିବା ନେଇ ଖଣି ଉପନିର୍ଦ୍ଦେଶକ ଦିଲୀପ ସାହୁ ସୂଚନା ଦେଇଛନ୍ତି।

ଖୋର୍ଦ୍ଧା:  ଖୋର୍ଦ୍ଧା ଟାଉନ୍ ଥାନାଠାରୁ ଅଳ୍ପ ଦୂରରେ ଥିବା ଶରଧାପୁର ମାଙ୍କଡ଼ା ଖଣିରେ ବଡ଼ ଧରଣର ଚଢ଼ାଉ ହୋଇଛି। ଆଜି ସକାଳୁ ଏହି ଚଢ଼ାଉ କରାଯାଇ ୩୭ ଗାଡ଼ି ଜବତ ହୋଇଥିବା ନେଇ ଖଣି ଉପନିର୍ଦ୍ଦେଶକ ଦିଲୀପ ସାହୁ ସୂଚନା ଦେଇଛନ୍ତି। ଏହି ଗାଡ଼ି ମଧ୍ୟରେ ରହିଛି ୨ଟି ଜେସିବି, ୪ଟି ହାଇୱା, ୭ଟି ଟ୍ରାକ୍ଟର, ୯ଟା ୪୦୭ ଗାଡ଼ି ୬ଟା ପାୱାର ଟିଲର ଓ ୯ଟା ବାଇକ। ଏହି ବଡ଼ ଧରଣର ଚଢ଼ାଉରେ ୪୦ଜଣ ପୁଲିସ ଅଧକାରୀ ନିୟୋଜିତ ହୋଇଛନ୍ତି। ଖଣି ବିଭାଗ ପକ୍ଷରୁ  ଏଭଳି ଧରଣର ଚଢ଼ାଉ ଆଗରୁ କେବେ ବି ହୋଇନଥିବା କୁହାଯାଉଛି।

ଖୋର୍ଦ୍ଧା ମାଟି ହେଉଛି ମୋରମ, ମାଙ୍କଡ଼ା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପଥର ଖଣିର ଗନ୍ତାଘର। ଖଣି ସଂଖ୍ୟା ଏଠି ଯେତେ ଅଧିକ, ଚୋରି ବି ସେତିକି ଜୋର୍‌। କିଛି ସରକାରୀ ସ୍ବୀକୃତିପ୍ରାପ୍ତ ଖଣିରୁ ବେଧଡ଼କ ଲୁଟ୍‌ ଚାଲିଥିବା ବେଳେ ଆଉ କିଛି ଅଞ୍ଚଳରେ ମାଫିଆ ନିଜେ ନିଜେ ଚୋରା ଖଣି ଖୋଳି ଖୋଳି ନିଜର କଳା ସାମ୍ରାଜ୍ୟ ଲମ୍ବାଇ ଚାଲିଛନ୍ତି।

ଆଜି ସକାଳୁ ଶରଧାପୁର ମାଙ୍କଡ଼ା ଖଣିରେ ଚଢ଼ାଉ କରାଯାଇ ୩୭ ଗାଡ଼ି ଜବତ ହୋଇଥିବା ନେଇ ଖଣି ଉପନିର୍ଦ୍ଦେଶକ ଦିଲୀପ ସାହୁ ସୂଚନା ଦେଇଛନ୍ତି। ଏହି ଗାଡ଼ି ମଧ୍ୟରେ ରହିଛି ୨ଟି ଜେସିବି, ୪ଟି ହାଇୱା, ୭ଟି ଟ୍ରାକ୍ଟର, ୯ଟା ୪୦୭ ଗାଡ଼ି ୬ଟା ପାୱାର ଟିଲର ଓ ୯ଟା ବାଇକ। ଏହି ବଡ଼ ଧରଣର ଚଢ଼ାଉରେ ୪୦ଜଣ ପୁଲିସ ଅଧକାରୀ ନିୟୋଜିତ ହୋଇଛନ୍ତି। ଖଣି ବିଭାଗ ପକ୍ଷରୁ  ଏଭଳି ଧରଣର ଚଢ଼ାଉ ଆଗରୁ କେବେ ବି ହୋଇନଥିବା କୁହାଯାଉଛି।

ଜିଲ୍ଲା ଖଣି ଅଧିକାରୀ ଜଗନ ବେହେରାଙ୍କ ସୂଚନା ମୁତାବକ, ଗଲା ୭ତାରିଖରୁ ୧୭ତାରିଖ ମଧ୍ୟରେ ମୋଟ୍ ୪୨ଗୋଟି ଗାଡ଼ି (ପାୱାର ଟିଲର ସହିତ) ଧରପଗଡ଼ ହୋଇଛି। ତନ୍ମଧ୍ୟରୁ ୨୭ଗୋଟି ଗାଡ଼ି ହେଉଛି ବାଲି ବୋଝେଇ, ୩ଗୋଟି ମୋରମ, ୫ଟି ମାଙ୍କଡ଼ା ବୋଝେଇ ପଥର ଓ ୭ଗୋଟି ପାୱାର ଟିଲରକୁ ଜବତ କରାଯାଇଛି। ଉପରୋକ୍ତ ଜବତ ଗାଡ଼ି ଘଟଣାରେ ବିଭିନ୍ନ ଥାନାରେ ମୋଟ୍ ୨୨ଗୋଟି ମାମଲା ରୁଜୁ ହୋଇଛି ଓ ମୋଟ୍ ୧୮ଜଣଙ୍କର ଗିରଫଦାରୀ ବି ହୋଇଛି। ପୁଲିସ ଡିଜିଙ୍କ ନିର୍ଦ୍ଦେଶ ପରେ ଏ ପ୍ରକାର ଧରପଗଡ଼ ଓ ଦୁଇ ସପ୍ତାହ ଭିତରେ ଏତେ ଗାଡ଼ି ଜବତ ଘଟଣା ଚୋରା ଚାଲାଣ ବିରୋଧରେ ନିଶ୍ଚିତ ଭାବେ ଏକ ଭଲ ପଦକ୍ଷେପ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.