Breaking News

ଶରୀରରେ ବମ୍ ଜ୍ୟାକେଟ୍ ପିନ୍ଧି ବସି ରହିଛନ୍ତି ବିଏଲ୍‌ଏ ସେନା

ଏବେବି ବଲୁଚ ଲିବରେସନ ଆର୍ମି କବଜାରେ ରହିଛି ଜାଫର ଏକ୍ସପ୍ରେସ୍ । ବନ୍ଦି ହୋଇ ରହିଛନ୍ତି ଯାତ୍ରୀ । ଲୋକଙ୍କୁ ଉଦ୍ଧାର ପାଇଁ ସବୁ ପ୍ରକାର ଚେଷ୍ଟା ଜାରି ରଖିଛି ପାକିସ୍ତାନ ଆର୍ମି । କିନ୍ତୁ ଏବେ ଯାଏ କୌଣସି ରାସ୍ତା ବାହାରି ପାରିନି ।

ନୂଆଦିଲ୍ଲୀ: ଏବେବି ବଲୁଚ ଲିବରେସନ ଆର୍ମି କବଜାରେ ରହିଛି ଜାଫର ଏକ୍ସପ୍ରେସ୍ । ବନ୍ଦି ହୋଇ ରହିଛନ୍ତି ଯାତ୍ରୀ । ଲୋକଙ୍କୁ ଉଦ୍ଧାର ପାଇଁ ସବୁ ପ୍ରକାର ଚେଷ୍ଟା ଜାରି ରଖିଛି ପାକିସ୍ତାନ ଆର୍ମି । କିନ୍ତୁ ଏବେ ଯାଏ କୌଣସି ରାସ୍ତା ବାହାରି ପାରିନି । କାରଣ ବିଏଲଏ ଆର୍ମି ଟ୍ରେନ୍ ଭିତରେ ତାର ଆତ୍ମଘାତୀ ସୁଇସାଇଡ୍ ବମରଙ୍କୁ ଭର୍ତ୍ତି କରି ରିଖିଛି । ଯେଉଁଥିପାଇଁ ଉଦ୍ଧାର କାର୍ଯ୍ୟ ପାକିସ୍ତାନ ଆର୍ମି ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଯାଇଛି ।

ପାକିସ୍ତାନର ଜଣେ ପତ୍ରକାରଙ୍କ ନିକଟରୁ ମିଳିଥିବା ସୂଚନା ଆଧାରରେ,  ବନ୍ଧକ ଥିବା ଯାତ୍ରୀଙ୍କ ମଧ୍ୟରେ ଆତ୍ମଘାତୀ ବିଏଲଏ ଆର୍ମି ଜଗି ରହିଛନ୍ତି । ଯେକୌଣସି ପରିସ୍ଥିତିରେ ନିଜେ ମରିବା ସହ ଅନ୍ୟଙ୍କୁ ମାରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ଶରୀରରେ ବମ୍ ଜ୍ୟାକେଟ୍ ପିନ୍ଧି ବସି ରହିଛନ୍ତି । ଯେଉଁଥି ପାଇଁ ସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିଛି । ସବୁଠୁ ଚିନ୍ତାଜନକ କଥା ହେଉଛି, ବିଦ୍ରୋହୀମାନେ ଯାତ୍ରୀଙ୍କୁ ମାନବ ଢାଲ ଭାବେ ବ୍ୟବହାର କରୁଛନ୍ତି  ।

ମିଳିଥିବା ସୂଚନା ଆଧାରରେ, ବର୍ତ୍ତମାନ ସୁଦ୍ଧା ପାକ୍ ସେନା ୧୫୫ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ଏବଂ ୨୭ରୁ ଅଧିକ ବିଦ୍ରୋହୀଙ୍କୁ ମାରିବାରେ ସଫଳ ହୋଇଛି ପାକ୍ ସେନା । ଏହାରି ଭିତରେ ବିଏଲଏ ଆର୍ମି ତାଙ୍କ ଦାବି ପୂରା କରିବା ପାଇଁ ପାକ୍ ସେନାକୁ ୪୮ଘଣ୍ଟାର ସମୟ ଦେଇଛି । ଏବଂ ପ୍ରତି ଘଣ୍ଟାରେ ୧୦ଜଣ ଯାତ୍ରୀଙ୍କୁ ମାରିବାର ଧମକ ଦେଇଛି । ପାକିସ୍ତାନ ଜେଲରେ ବନ୍ଦୀ ଥିବା ବଲୁଚ ନାଗରିକଙ୍କୁ ନଛାଡିଲେ ଏଭଳି ଦଶା ଭୋଗିବାକୁ ପଡ଼ିବ ବୋଲି କହିଛନ୍ତି ବିଏଲଏ । କୁହାଯାଇଛି, ଯଦି ପାକିସ୍ତାନ ଆର୍ମି ଡ୍ରୋନ୍ ଆଟାକ କରେ କିମ୍ୱା ଗୁଳି ଚାଳନା ବନ୍ଦ ନକରେ ତେବେ ୧୦ଜଣ ଯାତ୍ରୀଙ୍କୁ ହତ୍ୟା କରିଯିବ । ଏବେ ବି ୨୦୦ରୁ ଅଧିକ ଲୋକ ଅଛନ୍ତି ବନ୍ଧକ ।  ବିଚ୍ଛିନ୍ନତାବାଦୀ ସଙ୍ଗଠନ ବଲୁଚ ଲିବରେସନ ଆର୍ମି ସହ ଯୁଦ୍ଧରେ ୩୦ ପାକିସ୍ତାନ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.