Breaking News

‘ଶିକ୍ଷା ଗ୍ରହଣ କରିବାର କୌଣସି ନିର୍ଦ୍ଦିଷ୍ଟ ସୀମା ନଥାଏ’

ଶିକ୍ଷା ଗ୍ରହଣ କରିବାର କୌଣସି ନିର୍ଦ୍ଦିଷ୍ଟ ବୟସ ଓ ସମୟ ସୀମା ନଥାଏ। ଶିକ୍ଷା ହିଁ ସମାଜରେ ଆଗକୁ ବଢ଼ିବାକୁ ପ୍ରେରଣା ଦିଏ। ଯୁବପିଢ଼ି ନିଜ ଇଚ୍ଛା ମୁତାବକ ଶିକ୍ଷା ଗ୍ରହଣ କରି ସେଥିରେ ଆଗକୁ ବଢ଼ିବାକୁ ପ୍ରୟାସ କରିବା ଆବଶ୍ୟକ।

ଭୁବନେଶ୍ୱର: ଶିକ୍ଷା ଗ୍ରହଣ କରିବାର କୌଣସି ନିର୍ଦ୍ଦିଷ୍ଟ ବୟସ ଓ ସମୟ ସୀମା ନଥାଏ। ଶିକ୍ଷା ହିଁ ସମାଜରେ ଆଗକୁ ବଢ଼ିବାକୁ ପ୍ରେରଣା ଦିଏ। ଯୁବପିଢ଼ି ନିଜ ଇଚ୍ଛା ମୁତାବକ ଶିକ୍ଷା ଗ୍ରହଣ କରି ସେଥିରେ ଆଗକୁ ବଢ଼ିବାକୁ ପ୍ରୟାସ କରିବା ଆବଶ୍ୟକ। ଯେ କୌଣସି କାର୍ଯ୍ୟରେ ସଫଳ ହେବାକୁ ହେଲେ ନିଜର ଶତ ପ୍ରତିଶତ ଚେଷ୍ଟା, ଧୈର୍ଯ୍ୟ, ନିଷ୍ଠାର ଏକାନ୍ତ ଆବଶ୍ୟକତା ରହିଛି। ରିଜିଓନାଲ କଲେଜ ଅଫ୍‌ ମ୍ୟାନେଜମେଣ୍ଟର ଏକ ସ୍ୱତନ୍ତ୍ର ଵିଙ୍ଗ ‘ଦ ସ୍କୁଲ ଅଫ୍‌ ବିଟ୍‌ ଲିଡରସିପ୍‌ (ସୋଲ୍‌) ପକ୍ଷରୁ ଅନୁଷ୍ଠିତ ୯୦ ଦିନିଆ ଲିଡରସିପ୍‌ ସିରିଜର ‘ଲୁମୋରା’ କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର  ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ ଅନୁଷ୍ଠାନର ଉପନିର୍ଦ୍ଦେଶକ ଶ୍ରଦ୍ଧା ପାଢ଼ୀଙ୍କ ସହ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ମତ ପ୍ରକାଶ କରିଛନ୍ତି।

ଏଥିସହିତ ଛାତ୍ରଛାତ୍ରୀମାନଙ୍କୁ ନିଜ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିବାକୁ ପରାମର୍ଶ ଦେବା ସହିତ ସଠିକ ଲକ୍ଷ୍ୟ ନିର୍ଦ୍ଧାରଣ ପାଇଁ ପ୍ରେରଣା ଦେଇଥିଲେ। ଏଥିସହିତ ସେ ଗଣମାଧ୍ୟମ ତଥା ଅନ୍ୟାନ୍ୟ କ୍ଷେତ୍ରରେ ଥିବା କ୍ୟାରିୟର ସମ୍ପର୍କରେ ଆଲୋଚନା କରିବା ସହିତ ନିଜ ସଂଘର୍ଷର କାହାଣୀ ସମ୍ପର୍କରେ ଆଲୋଚନା କରିଥିଲେ। ରୟାଲ ଗ୍ଲୋବାଲ ବିଜନେସ୍‌ ସ୍କୁଲର ନିର୍ଦ୍ଦେଶକ ସଂଘମିତ୍ରା ପାଲ, ଡିନ୍‌ ପିଜିଡିଏମ ପ୍ରଫେସର ମନୋଜ କୁମାର ଶତପଥୀ, ପ୍ରଫେସର ମୋନାଲିସା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବହୁ ସାମ୍ୱାଦିକା, ଆର୍‌ଜେ, ସ୍ତମ୍ଭକାର ଯୋଗଦେଇ ନିଜ ସଂର୍ଘଷ କାହାଣୀ କହିଥିଲେ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.