Breaking News

ଶିବାନନ୍ଦ ଶତବାର୍ଷିକ ବାଳକ ଉଚ୍ଚବିଦ୍ୟାଳୟ : ଲୁହାରଡ୍ ଓ ପାଇପ୍‌ରେ ମାଡ଼

ସମସ୍ତେ କଇଁ କଇଁ ହୋଇ କାନ୍ଦୁଥିଲେ। କିଏ କୋହଭରା କଣ୍ଠରେ କାଳରାତିର କାହାଣୀ କହୁଥିଲା ତ ଆଉ କିଏ ଶାରିରୀକ ନିର୍ଯ୍ୟାତନାର ପରବର୍ତ୍ତୀ ଅବସ୍ଥା ସମ୍ପର୍କରେ ବଖାଣୁଥିଲେ। ସମସ୍ତଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା ମନ ଭିତରେ ଥିବା ଭୟ।

ଖଣ୍ଡଗିରି: ସମସ୍ତେ କଇଁ କଇଁ ହୋଇ କାନ୍ଦୁଥିଲେ। କିଏ କୋହଭରା କଣ୍ଠରେ କାଳରାତିର କାହାଣୀ କହୁଥିଲା ତ ଆଉ କିଏ ଶାରିରୀକ ନିର୍ଯ୍ୟାତନାର ପରବର୍ତ୍ତୀ ଅବସ୍ଥା ସମ୍ପର୍କରେ ବଖାଣୁଥିଲେ। ସମସ୍ତଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା ମନ ଭିତରେ ଥିବା ଭୟ। କିଛି ଛାତ୍ର କହିବାକୁ ଚାହୁଥିଲେ ମଧ୍ୟ ପାଟି ଲାଗିଯାଉଥିଲା। କାଳେ ପୁଣିଥରେ ମାଡ଼ହେବ! ମାନସିକ ନିର୍ଯ୍ୟାତନା ଦିଆଯିବ! ସେଭଳି ଭୟ ପିଲାଙ୍କ ମନରେ ଆନ୍ଦୋଳିତ ହେଉଥିଲେ। ତା’ସତ୍ତ୍ବେ ମଧ୍ୟ ଶିବାନନ୍ଦ ଶତବାର୍ଷିକ ବାଳକ ଉଚ୍ଚ ବିଦ୍ୟାଳୟର ୨୫ରୁ ଅଧିକ ଛାତ୍ର ଆଜି ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ପ୍ରଜ୍ଞା ପାରମିତା ଜେନାଙ୍କ ସମ୍ମୁଖରେ ସେମାନଙ୍କ ଉପରେ ‌ହୋଇଥିବା ଅତ୍ୟାଚାରର କାହାଣୀ କହିଛନ୍ତି।

ସୌଜନ୍ୟ – ସମ୍ବାଦ

Comments are closed.