Breaking News

ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ

ସୁବର୍ଣ୍ଣପୁର,୨୧/୧୨: ଚୋରଙ୍କ ଟାର୍ଗେଟରେ ଦେବାଳୟ । ମନ୍ଦିରର ତାଲା କାଟି ନାଗ ମୂର୍ତ୍ତି ସହ ଅନ୍ୟାନ୍ୟ ୭ଟି ମୂର୍ତ୍ତି ଚୋରି କରିନେଲେ ଦୁର୍ବୃତ୍ତ । ସୁବର୍ଣ୍ଣପୁର ଜିଲ୍ଲାର ଏକ ପ୍ରସିଦ୍ଧ ଶୈବ ପୀଠ ଭାବରେ ପରିଚିତ ଗୋଧନେଶ୍ୱର ମନ୍ଦିରରୁ ଶୁକ୍ରବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ଶୁକ୍ରବାର ରାତିରେ ପୂଜକ ମନ୍ଦିରରେ ତାଲା ଦେଇ ଘରକୁ ଗଲେ । ଶନିବାର ସକାଳୁ ମନ୍ଦିର ଖୋଲିବାକୁ ଆସିବା ବେଳେ ମନ୍ଦିର ଫାଟକରେ ଲାଗିଥିବା ତାଲା ଭଙ୍ଗା ହୋଇ ପଡ଼ିଥିବା ଦେଖିଥିଲେ । ଭିତରକୁ ଗଲାବେଳକୁ ମୁଖ୍ୟ ନାଗ ମୂର୍ତ୍ତି ସହ ଅନ୍ୟାନ୍ୟ ୭ ଟି ମୂର୍ତ୍ତି ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ସୁବଳୟା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ପୋଲିସ ।

 

 

 

 

ସୌଜନ୍ୟ-ପ୍ରମେୟ

Comments are closed.