Breaking News

ଶିମିଳିପାଳରେ ଚାରି ଶିକାରୀ ଗିରଫ: ଅସ୍ତ୍ର ସହିତ ୪ଟି ଦେଶୀ ବନ୍ଧୁକ ଜବତ

ଶିମିଳିପାଳ ବନ୍ୟଜୀବ ଅଭୟାରଣ୍ୟରେ ଅନଧିକୃତ ପ୍ରବେଶ, ଅବୈଧ ଶିକାର ଏବଂ ଅନୁମତିବିହୀନ ଅସ୍ତ୍ର ନେଇ ଚଳାଚଳ କରିବାର ଅଭିଯୋଗରେ ଚାରି ଜଣ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କୁ ଆଜି ବାରିପଦାର ମୁଖ୍ୟ ଜିଲ୍ଲା ଓ ସେସନ୍ ଜଜ ଅଦାଲତରେ ହାଜର କରାଯିବ। ଏନେଇ ଅଧିକ ତଦନ୍ତ ଚାଲିଛି।

ବାରିପଦା: ଶିମିଳିପାଳ ବନ୍ୟଜୀବ ଅଭୟାରଣ୍ୟରେ ଅନଧିକୃତ ପ୍ରବେଶ, ଅବୈଧ ଶିକାର ଏବଂ ଅନୁମତିବିହୀନ ଅସ୍ତ୍ର ନେଇ ଚଳାଚଳ କରିବାର ଅଭିଯୋଗରେ ଚାରି ଜଣ ଗିରଫ ହୋଇଛନ୍ତି। ଶିମିଳିପାଳ ଦକ୍ଷିଣ ମଣ୍ଡଳର ଏସଟିପିଏଫ୍ ଏବଂ ପୋଦଡିହ ବନ୍ୟଜୀବ ପରିସର କର୍ମୀଙ୍କ ସହ ବାରିପଦା ମଣ୍ଡଳର ସ୍ଥାନୀୟ କର୍ମଚାରୀଙ୍କ ଯୁଗ୍ମ ଗସ୍ତୁର୍ଦ୍ଦା ବେଳେ ହୁଡିସାହି (ଅଶ୍ଵକୁଟି) ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ଏହି ଘଟଣା ସାରଟା ଥାନା ଅଧୀନସ୍ଥ ଅଞ୍ଚଳରେ ଘଟିଥିବା ଜଣାଯାଇଛି।

ଅଭିଯୁକ୍ତମାନଙ୍କ ନିକଟରୁ ୪ଟି ଦେଶୀ ତିଆରି ବନ୍ଧୁକ, ବିସ୍ଫୋରକ, ଏବଂ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ଜବତ କରାଯାଇଛି। ପୋଦଡିହ ବନ୍ୟଜୀବ ପରିସରରେ ବନ୍ୟଜୀବ ସମ୍ବନ୍ଧୀୟ ଅପରାଧ ମାମଲା ରୁଜୁ କରାଯାଇଥିବା ବେଳେ, ଅସ୍ତ୍ର ଆଇନ, ୧୯୫୯ ଉଲ୍ଲଂଘନରେ କାପ୍ତିପଡ଼ା ଥାନାରେ ଆଜି ଏତଲା ଦାଖଲ କରାଯିବ ବୋଲି ପୁଲିସ୍ ସୂତ୍ରରୁ ଜଣାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଆଜି ବାରିପଦାର ମୁଖ୍ୟ ଜିଲ୍ଲା ଓ ସେସନ୍ ଜଜ ଅଦାଲତରେ ହାଜର କରାଯିବ। ଏନେଇ ଅଧିକ ତଦନ୍ତ ଚାଲିଛି।

ବନ ବିଭାଗର ଜଣେ କର୍ମଚାରୀ କହିଛନ୍ତି, ଶିମିଳିପାଳର ସୁରକ୍ଷା ଓ ବନ୍ୟଜୀବଙ୍କ ସଂରକ୍ଷଣ ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ନିୟମିତ ଚାଲିଛି। ଅବୈଧ ଶିକାରୀଙ୍କ ବିରୁଦ୍ଧରେ କଠୋର ଆଇନୀ ପଦକ୍ଷେପ ନିଆଯିବ।

ସୌଜନ୍ୟ-ସମ୍ୱାଦ

Comments are closed.