Breaking News

ଶୀତଦିନିଆ ପେଡିକ୍ୟୁଅର୍‌ଫା

ଫାଳେ ଲେମ୍ବୁ ଉପରେ ୧ ଚାମଚ ସାମ୍ପୁ ପକାଇ ସେଇ ଲେମ୍ବୁଟି ନେଇ ଦୁଇ ପାଦ, ଗୋଇଠି, ତଳିପା ଇତ୍ୟାଦି ଭଲକି ଘଷି ସଫା କରନ୍ତୁ। ପାଦ ବୁଡ଼ି ପାରୁଥିବା ପରି ଗରମ ପାଣି ନେଇ ଗୋଟିଏ ଟବ୍‌ରେ ରଖି ୧୦ ମିନିଟ୍‌ ଗୋଡ଼ ବୁଡ଼େଇ ବସନ୍ତୁ।

ଫାଳେ ଲେମ୍ବୁ ଉପରେ ୧ ଚାମଚ ସାମ୍ପୁ ପକାଇ ସେଇ ଲେମ୍ବୁଟି ନେଇ ଦୁଇ ପାଦ, ଗୋଇଠି, ତଳିପା ଇତ୍ୟାଦି ଭଲକି ଘଷି ସଫା କରନ୍ତୁ। ପାଦ ବୁଡ଼ି ପାରୁଥିବା ପରି ଗରମ ପାଣି ନେଇ ଗୋଟିଏ ଟବ୍‌ରେ ରଖି ୧୦ ମିନିଟ୍‌ ଗୋଡ଼ ବୁଡ଼େଇ ବସନ୍ତୁ। ସେଇ ଗରମ ପାଣିରେ ଏକଚାମଚ ବାଥ୍‌ ସଲ୍‌ଟ, ଏକ ଚାମଚ ଭିନେଗାର/ ଲେମ୍ବୁରସ ମିଶେଇଲେ ଭଲ। ପାଦର ଚର୍ମ ୧୦/୧୫ ମିନିଟ୍‌ରେ ଟିକେ ନରମ ହୋଇଯିବ ତାକୁ ପ୍ୟୁମିସ୍ ଷ୍ଟୋନ୍‌ରେ ଭଲକି ଘଷି ସଫା କରି ଦିଅନ୍ତୁ। ଏଥର ଗୋଟିଏ କାଚଗିନାରେ ଏକ ଚାମଚ୍‌ ଭେସ୍‌ଲିନ୍‌ ଜେଲି, ଏକ ଚାମଚ ବେକିଂ ପାଉଡର୍‌, ଏକ ଚାମଚ ନଡ଼ିଆ ତେଲ, ଗୋଟେ ଭିଟାମିନ୍‌ ଇ କ୍ୟାପ୍‌ସୁଲ୍‌ ଓ ଦୁଇଟି ସାଦା ମହମବତୀକୁ ଖଣ୍ଡ କରି ମିଶାନ୍ତୁ।

ଡବଲ୍‌ ବଏଲର୍‌ରେ ଏହାକୁ ଗରମ କରନ୍ତୁ। ଅର୍ଥାତ୍‌ ଗୋଟିଏ ପାତ୍ରରେ ଗରମ ପାଣି କରି ସେଥିରେ ଷ୍ଟାଣ୍ତ୍‌ଟିଏ ରଖି କାଚଗିନାକୁ ରଖନ୍ତୁ। ମହମବତୀ ତରଳି ଗଲେ ମିଶ୍ରଣଟି ଓହ୍ଲେଇ ଦିଅନ୍ତୁ। ସଫା ପାଦରେ ବ୍ରସ୍‌ ସାହାଯ୍ୟରେ ଟିକେ ଉଷୁମ ଥିବା ଅବସ୍ଥାରେ ମିଶ୍ରଣଟି ସାରା ପାଦରେ ଭଲକି ଲଗାଇ ଦିଅନ୍ତୁ। ମିଶ୍ରଣଟି ଶୁଖିଗଲେ ଅଧଘଣ୍ଟା ପରେ ଛୁରୀ ବା ଚାମଚରେ ପାଦରୁ ମହମର ଶୁଖିଲା ଆସ୍ତରଣଟି ଛଡ଼େଇ ଦିଅନ୍ତୁ। ପାଦରେ ମଏଶ୍ଚରାଇଜର୍‌ ଲଗେଇ ସୂତାର ମୋଜାଟିଏ ପିନ୍ଧନ୍ତୁ। ରାତିରେ ଶୋଇଲା ପୂର୍ବରୁ ସପ୍ତାହକୁ ଥରେ ବା ଦୁଇଥର ଏମିତି ଯତ୍ନ ନେଲେ ଆପଣଙ୍କ ପାଦ କୋମଳ, ମସୃଣ ଓ ସଫା ରହିବ।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.