Breaking News

ଶୀତ ଦିନେ ଗରମ ପାଣିରେ ଗାଧୋଉଛନ୍ତି କି ? ଜାଣନ୍ତୁ ଏହା ଭଲ ନା ଖରାପ

ନୂଆଦିଲ୍ଲୀ,୦୩/୧୨: ଶୀତ ଦିନ ଆସିଲେ ପ୍ରାୟ ସମସ୍ତଙ୍କର ଗାଧୋଇବା ନେଇ ଚିନ୍ତା ବଢିଥାଏ । ଥଣ୍ଡା ପାଣିରେ ଗଧୋଇବା ମୁସ୍କିଲ ହୋଇପଡିଥାଏ । ତେଣୁ ପ୍ରାୟ ସମସ୍ତେ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରିଥାନ୍ତି । ତେବେ ଜାଣିଛନ୍ତି କି ଶୀତ ଦିନେ ଗରମ ପାଣିରେ ଗାଧୋଇଲେ ସ୍ବାସ୍ଥ୍ୟ ଉପରେ କଣ ପ୍ରଭାବ ପଡିଥାଏ । ଶୀତ ଦିନେ ଗରମପାଣିରେ ଗାଧୋଇଲେ ଏହା ସ୍ବାସ୍ଥ୍ୟ ପାଇଁ ଉଭୟ ଭଲ ଓ ଖରାପ ପ୍ରଭାବ ପକାଏ । ଶୀତ ଦିନେ ଗରମ ପାଣିରେ ଗାଧୋଇବା ଭଲ ନା ଖରାପ ଜାଣିବାକୁ ପଢନ୍ତୁ ଏହି ରିପୋର୍ଟ ।

ପ୍ରଥମେ ଆସନ୍ତୁ ଜାଣିବା ଶୀତ ଦିନେ ଗରମପାଣିରେ ଗାଧୋଇଲେ କଣା ଲାଭ ମିଳିଥାଏ । ଥଣ୍ଡା ପାଣି ବଦଳରେ ଶୀତ ଦିନ ଗରମ ପାଣିରେ ଗାଧୋଇଲେ ଆରାମ ମିଳେ । ଏହା ମାନସିକ ଥକାପଣ ଦୂର କରେ । ମାନସିକ ଚାପ ଥିଲେ ଗରମ ପାଣିରେ ଗାଧୋଇବା ଲାଭାଦାୟକ ହୋଇଥାଏ । ଏହା ସହ ମାଂସପେଶୀ ଚାପ ମଧ୍ୟ କମିଯାଏ । ରକ୍ତ ସଞ୍ଚାଳନ ବଢିଥାଏ । ମାଂସପେଶୀରେ ଯନ୍ତ୍ରଣା କିମ୍ବା ଷ୍ଟ୍ରେନ ସମସ୍ୟା ଥିଲେ ଗରମ ପାଣିରେ ଗାଧୋଇବା ଉପକାରୀ ହୋଇଥାଏ । ଏହା ସ୍ପା ଚିକିତ୍ସା ପରି କାର୍ଯ୍ୟ କରେ । ଉଷୁମ ପାଣି ଚର୍ମରୁ ମଇଳା ଦୂର କରିବାରେ ସହାୟକ ହୋଇଥାଏ ।

ସବୁ ଜିନିଷର ଭଲ ଓ ଖରାପ ଗୁଣ ରହିଛି । ଶୀତ ଦିନେ ଉଷୁମ ପାଣିରେ ଗାଧୋଇବା ଯଦିଓ ଭଲ ତେବେ ଏହା ଅପକାରିତା ମଧ୍ୟ ରହିଛି । ଅତ୍ୟଧିକ ଗରମ ପାଣିରେ ଗାଧୋଇଲେ ଚର୍ମର ଆର୍ଦ୍ରତା ନଷ୍ଟ ହୋଇଥାଏ । ସ୍କିନରେ ଡ୍ରାଏନେସ ଆସିଯାଏ । ଅତ୍ୟଧିକ ଗରମ ପାଣିରେ ଗାଧୋଇଲେ ଶରୀରର ତାପମାତ୍ର ବଢିଥାଏ । ଶରୀରରେ ତାପମାତ୍ରା ବଢିଲେ ମୁଣ୍ଡ ବୁଲାଇ ଦେବାର ସମ୍ଭାବନା ରହିଥାଏ । ରକ୍ତଚାପ ବୃଦ୍ଧି ପାଇପାରେ । ତେଣୁ ସର୍ବଦା ଗରମ ପାଣିରେ ଗାଧୋଇବା ସମୟରେ ଏହା ଯେପରି ଅଧିକ ଗରମ ହୋଇନଥିବ ସେ ଦିଗରେ ଧ୍ୟାନ ଦେବା ଆବଶ୍ୟକ ।
ସୌଜନ୍ୟ-ପ୍ରମେୟ

Comments are closed.