Breaking News

ଶୁକ୍ରବାରଠୁ ପ୍ରାକ୍‌ ବଜେଟ୍‌ ବୈଠକ, ଅର୍ଥନୀତିଜ୍ଞମାନଙ୍କୁ ଭେଟିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୦୬/୧୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାରଠାରୁ ବିଭିନ୍ନ ଅଂଶୀଦାରମାନଙ୍କ ସହ ପ୍ରାକ୍‌-ବଜେଟ୍‌ ବୈଠକ ଆରମ୍ଭ କରିବେ । ବଜେଟ୍‌ ପ୍ରସ୍ତୁତି କାର୍ଯ୍ୟବିଧିର ଅଂଶବିଶେଷ ଡିସେମ୍ବର ୬ରେ ପ୍ରମୁଖ ଅର୍ଥନୀତିଜ୍ଞମାନଙ୍କୁ ଭେଟିବେ ଅର୍ଥମନ୍ତ୍ରୀ । ବୈଠକରେ ଅଧ୍ୟକ୍ଷତା କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗାମୀ ବଜେଟ୍‌କୁ ନେଇ ପରାମର୍ଶ ଗ୍ରହଣ କରିବେ ।

ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ ଦେଶର ଜିଡିପି ଅଭିବୃଦ୍ଧି ୨ ବର୍ଷର ସର୍ବନିମ୍ନ ସ୍ତର ୫.୪%କୁ ଖସି ଆସିଥିବାବେଳେ ଏଥିରେ ସୁଧାର ଆଣିବା ପ୍ରୟାସ ରହିବ । ଡିସେମ୍ବର ୭ରେ କୃଷି ବିଶେଷଜ୍ଞ ଏବଂ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ଅଂଶୀଦାରମାନଙ୍କ ସହ ବୈଠକ କରିବେ ଅର୍ଥମନ୍ତ୍ରୀ ।

ସୌଜନ୍ୟ-ପ୍ରମେୟ

Comments are closed.