ପିଏଲ୍ଆଇକୁ ବଡ଼ ସଫଳତା: ୬୫ହଜାର କୋଟିର ଟେଲିକମ୍ ଯନ୍ତ୍ରାଂଶ ବିକ୍ରି
ନୂଆଦିଲ୍ଲୀ,୩୦/୧୧: ଦେଶରେ ଟେଲିକମ୍ ଏବଂ ନେଟ୍ୱର୍କ ଯନ୍ତ୍ରାଂଶ ଉତ୍ପାଦନକୁ ସରକାର ପ୍ରୋତ୍ସାହିତ କରିବା ଲାଗି ଉତ୍ପାଦନ ସଂଯୁକ୍ତି ପ୍ରୋତ୍ସାହନ (ପିଏଲ୍ଆଇ) ସ୍କିମ ହାତକୁ ନେଇଛନ୍ତି । ଏହା ଅଧିନରେ ପ୍ରୋତ୍ସାହନ ପାଇଁ କମ୍ପାନି ଗୁଡିକ ଦେଶରେ ଉତ୍ପାଦନ ଜାରି ରଖିଛନ୍ତି । ଏହି କମ୍ପାନି ଗୁଡିକ ୬୫,୩୨୦ କୋଟି ଟଙ୍କାର ଟେଲିକମ୍ ଯନ୍ତ୍ରାଂଶ ବିକ୍ରି କରିଥିବା ସୂଚନା ମିଳିଛି । ଏହା ପିଏଲ୍ଆଇକୁ ବଡ ସଫଳତା ବୋଲି କୁହାଯାଉଛି ।
ଏହି ଯୋଜନାରେ ସରକାରଙ୍କୁ ୪୨ଟି ଆବେଦନ ଆସିଥିଲା । ଏହା ମଧ୍ୟରେ ରହିଥିଲେ ୨୮ ଏମ୍ଏସ୍ଏମ୍ଇ । ଏହି କମ୍ପାନିଗୁଡିକ ପ୍ରାୟ ୪ ହଜାର କୋଟି ଟଙ୍କାର ନିବେଶ କରିଛନ୍ତି । ସେହିଭଳି କମ୍ପାନିଗୁଡିକ ୧୨,୩୮୪ କୋଟିର ରପ୍ତାନି କରିଛନ୍ତି । ୨୦୨୧ରେ ଏ କ୍ଷେତ୍ରରେ ପିଏଲ୍ଆଇ ସ୍କିମ ଲଞ୍ଚ କରାଯାଇଥିଲା । ୧୨,୧୯୫ କୋଟି ଟଙ୍କାର ସବସିଡି ପ୍ରଦାନ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି । ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଡ.ଚନ୍ଦ୍ରଶେଖର ପେମାସାନି କହିଛନ୍ତି, କମ୍ପାନି ଗୁଡିକ ମୋଟ ୬୫, ୩୨୦ କୋଟି ଟଙ୍କାର ଯନ୍ତ୍ରାଂଶ ବିକ୍ରି କରିଛନ୍ତି । ଏହା ଦ୍ୱାରା ସ୍ଥାନିୟ ବିନିର୍ମାଣକୁ ସରକାର ପ୍ରୋତ୍ସାହିତ କରୁଛନ୍ତି ।
ସୌଜନ୍ୟ-ପ୍ରମେୟ



