Breaking News

ଶ୍ରମିକଙ୍କ ସ୍ବାର୍ଥ ପାଇଁ ମିଶିଲା ଦୁଇ ସଂଘ, ଲେବର କମିଶନଙ୍କ ପାଖରେ ହେଲା ଚୁକ୍ତି ସ୍ୱାକ୍ଷର

ଭୁବନେଶ୍ୱର,୦୪/୦୧: ଦରମାଗତ ଅସଙ୍ଗତି ଦୂରୀକରଣର ଦାବିକୁ ନେଇ ମିଶିଲେ ଦୁଇ ସଙ୍ଘ । ଓପିଟିସିଏଲ ସାଙ୍ଗରେ ଚୁକ୍ତି ସ୍ୱାକ୍ଷର କଲା ଡିଷ୍ଟମ ମ୍ୟାନେଜମେଣ୍ଟ । ଏହି ଚୁକ୍ତି ସ୍ୱାକ୍ଷର ଲେବର କମିଶନଙ୍କ ପାଖରେ ଗତ ଡିସେମ୍ୱର ୨୪ ତାରିଖରେ ହୋଇଛି ।

ସୂଚନା ମୁତାବକ, ଭଦ୍ରକ ପାୱାର ହାଉସ ଠାରେ କଳିଙ୍ଗ ବିଦ୍ୟୁତ୍ କର୍ମଚାରୀ ସଙ୍ଘ ଦ୍ବାରା ନୂତନ ବର୍ଷର ଅଭିନନ୍ଦନ କାର୍ଯ୍ୟକ୍ରମ ସହିତ ୧୧ ତମ ମଜୁରୀ ନିର୍ଦ୍ଧାରଣ ଓ ଗତ ଦଶମ ମଜୁରୀ ନିର୍ଦ୍ଧାରଣ ସମୟରୁ ରହିଆସିଥ‌ିବା ଦରମାଗତ ଅସଙ୍ଗତି ଦୂରୀକରଣର ଦାବିକୁ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ଏକତା ମଞ୍ଚ ଓ ଏହାର ଅନ୍ତର୍ଗତ ମହାସଂଘ ମାନେ ଟାଟା ପାୱାର ମ୍ୟାନେଜମେଣ୍ଟଙ୍କ ପାଖରେ ଦାବୀ ରଖିଥିଲେ ।  ୨୦୧୫ ମସିହାରୁ ଲଢେଇ କରି ଆସୁଥିଲେ। ପ୍ରଥମେ ଓପିଟିସିଏଲ ସାଙ୍ଗରେ ତା ୧୬.୦୧.୨୪ ରେ ଚୁକ୍ତି ସ୍ୱାକ୍ଷରିତ ହେଲାପରେ ଏବଂ ଗତ ତା ୨୪.୧୨.୨୪ ରେ ଡିଷ୍ଟମ ମ୍ୟାନେଜମେଣ୍ଟ ସାଙ୍ଗରେ ଚୁକ୍ତି ଲେବର କମିଶନଙ୍କ ପାଖରେ ହୋଇ ଯାଇଛି । ସେଥିପାଇଁ ଏକତା ମଞ୍ଚ ଏବଂ ଏହା ଅନ୍ତର୍ଗତ ୟୁନୀୟନ୍ ମାନେ ସାରା ଓଡ଼ିଶାରେ ବିଭିନ୍ନ ପ୍ରକାରର ଉତ୍ସବ ପାଳନ ସହିତ ଟାଟା ପାୱାର ମ୍ୟାନେଜମେଣ୍ଟ ଓ ରାଜ୍ୟ ସରକାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଦେଇଛନ୍ତି ।

ଭଦ୍ରକ ଠାରେ କଳିଙ୍ଗ ବିଦ୍ୟୁତ୍ କର୍ମଚାରୀ ସଙ୍ଘର ନେତୃବୃନ୍ଦ ମାନେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଜରିଆରେ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ କଳିଙ୍ଗ ବିଦ୍ୟୁତ୍ କର୍ମଚାରୀ ସଂଘର ପୁର୍ବତନ ସଭାପତି ସ୍ବର୍ଗତ ସୁରେନ୍ଦ୍ର ସାହୁଙ୍କୁ ସଂଗ୍ରାମୀ ଅଭିବାଦନ ଦେବା ସହିତ ଏହି ଲଢେଇରେ ସେ ଯେଉଁ ପ୍ରାରମ୍ଭିକ ଉଦ୍ୟମ କରିଥିଲେ ଆଜିର ସଫଳତା ପାଇଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହା ଛଡ଼ା ଭଦ୍ରକରୁ ଅନ୍ୟାନ୍ୟ କର୍ମଚାରୀ ଓ ସଦସ୍ୟ ମାନେ ମଧ୍ୟ ଟିପିଏନଓଡିଏଲ ତରଫରୁ ନେତୃତ୍ବ ନେଇଥିଲେ ।

 

 

 

 

 

ସୌଜନ୍ୟ-ପ୍ରମେୟ

Comments are closed.