Breaking News

ଶ୍ରୀକ୍ଷେତ୍ରର କାହାଣୀକାର

ଧର୍ମ, ସାହିତ୍ୟ ଓ ସଂସ୍କୃତିର ପୀଠ ପୁରୀରେ ୮୯ବର୍ଷ ତଳେ ଜନ୍ମ ନେଇଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’। ପରେ ପରେ ପୁରୀ ମାଟିରୁ ‘ଶ୍ରୀଶ୍ରୀପତିତପାବନ’, ‘ସିନ୍ଦୂର ବିନ୍ଦୁ’, ‘ଚିଲିକା ତୀରେ’, ‘ନୀଳମାଧବ’ ଓ ‘ସାକ୍ଷୀ ରହିଲା ମୋ ସିଂହଦୁଆର’ ସମେତ ଅନେକ ଓଡ଼ିଆ ଛବି ଜନ୍ମ ନେଇଛି।

ଧର୍ମ, ସାହିତ୍ୟ ଓ ସଂସ୍କୃତିର ପୀଠ ପୁରୀରେ ୮୯ବର୍ଷ ତଳେ ଜନ୍ମ ନେଇଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’। ପରେ ପରେ ପୁରୀ ମାଟିରୁ ‘ଶ୍ରୀଶ୍ରୀପତିତପାବନ’, ‘ସିନ୍ଦୂର ବିନ୍ଦୁ’, ‘ଚିଲିକା ତୀରେ’, ‘ନୀଳମାଧବ’ ଓ ‘ସାକ୍ଷୀ ରହିଲା ମୋ ସିଂହଦୁଆର’ ସମେତ ଅନେକ ଓଡ଼ିଆ ଛବି ଜନ୍ମ ନେଇଛି। ଏଣେ କାହାଣୀକାର ଭାବେ ଚଳଚ୍ଚିତ୍ର ‘ଅଦିନ ମେଘ’ର ଲେଖିକା କୁନ୍ତଳା କୁମାରୀ ଆଚାର୍ଯ୍ୟ, ‘କାବେରୀ’ ଚଳଚ୍ଚିତ୍ରର କାହାଣୀକାର ଗାୟତ୍ରୀ ବସୁମଲ୍ଲିକ, ‘ନୀଳମାଧବ’ ଚଳଚ୍ଚିତ୍ରର କାହାଣୀକାର ଜଗନ୍ନାଥ ପ୍ରସାଦ ଭଗତ ଓ ‘ପୁଷ୍କରା’ର କାହାଣୀକାର ଓ ସଂଳାପକାର ଶଙ୍କର ତ୍ରିପାଠୀ ମଧ୍ୟ ପୁରୀମାଟିର ସନ୍ତାନ। ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ପୁରୀର ନାଟ୍ୟକାର, ଅଭିନେତା, ଗୀତିକାର ଓ କଥାକାର ବଦ୍ରି ମିଶ୍ର। ତାଙ୍କ ରଚିତ  କ୍ଷୁଦ୍ରଗଳ୍ପ ‘ରେବତୀ’ ନେଇ ପ୍ରସ୍ତୁତ  ହେଉଛି ରମେଶ ବାରିକଙ୍କ ପ୍ରଯୋଜିତ ‘ଆଜିର ରେବତୀ’। ଶ୍ୟାମାପ୍ରସାଦ ମିଶ୍ର ଏହାର ସଂଳାପ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ‘ପୁଷ୍କରା’ ଫେମ୍ ଶୁଭ୍ରାଂଶୁ ଦାସ।

ଖୁବ୍‌ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଆଜିର ରେବତୀ’। ଓଡ଼ିଆ ସିନେଶିଳ୍ପକୁ ଅନେକ ସଫଳ କାହାଣୀକାର ଦେଇଥିବା ଶ୍ରୀକ୍ଷେତ୍ର ପୁରୀର ବାସିନ୍ଦା କଥାକାର ବଦ୍ରି ମିଶ୍ରଙ୍କ ରଚିତ କ୍ଷୁଦ୍ରଗଳ୍ପ ‘ରେବତୀ’କୁ ଅଧାର କରି ଓଡ଼ିଆ ଓ ବଙ୍ଗଳା ଭାଷାରେ ନିର୍ମିତ ହୋଇଛି ‘ଆଜିର ରେବତୀ’।

କାହାଣୀକାର ବଦ୍ରି ମିଶ୍ର କହନ୍ତି, ‘‘ଆଜିର ରେବତୀ’ ଗଳ୍ପଟି ବହୁ ବର୍ଷ ତଳେ ଓଡ଼ିଶାର ପ୍ରତିଷ୍ଠିତ ସାହିତ୍ୟ ପତ୍ରିକା ‘କଥା’ରେ ପ୍ରକାଶିତ ହୋଇଥିଲା। ସେତେବେଳେ ଏହି ଗପକୁ କିଛି ପାଠକ ବେଶ୍‌ ପସନ୍ଦ କରିଥିଲେ। ହେଲେ ଏହା ଯେ ଦିନେ ସିନେରୂପ ନେବ, ତାହା କେବେ ଭାବି ନଥିଲି।’’ ‘ଆଜିର ରେବତୀ’ରେ ଅଭିନେତ୍ରୀ ଶୀତଲ୍ ରେବତୀ ଭୂମିକାରେ ନାରୀଶକ୍ତିର ପ୍ରତୀକ ଭାବେ ଅବତୀର୍ଣ୍ଣ ହୋଇଛନ୍ତି। ଫିଲ୍ମଟି ବଙ୍ଗଳା ଓ ଓଡ଼ିଆ ଦୁଇଟି ଭାଷାରେ ନିର୍ମିତ ହୋଇଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.