Breaking News

ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ଆଦ୍ୟପର୍ବ ଆରମ୍ଭ,୧୭ରେ ରଥକାଠ ଚ୍ଛେଦନ ଅନୁକୂଳ

ଗଣିଆ ୧୨/୧୨: ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଦ୍ୟପର୍ବ ଆରମ୍ଭ ହୋଇଛି । ରଥକାଠ ଅନୁକୂଳ ନିମନ୍ତେ  ଦିନ ଧାର୍ଯ୍ୟ ହୋଇଛି । ଆଗାମୀ ୧୭ ତାରିଖ ଦିନ ନୟାଗଡ଼  ଜିଲ୍ଲା ଗଣିଆ ବ୍ଲକର ବଡ଼ମୂଳସ୍ଥିତ ମା’ ବଡ଼ରାଉଳଙ୍କ ପୀଠରେ  ରଥକାଠ ଚ୍ଛେଦନ ଅନୁକୂଳ ହେବ । ରଥକାଠ ଅନୁକୂଳ ପୂଜକ ପ୍ରସନ୍ନ କୁମାର ଦାଶ ଏବଂ  ଗଣକ ପ୍ରଫୁଲ୍ଲ କୁମାର ଦାଶଙ୍କ ଗଣନା ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନକୁ ୧୭ ଓ ୨୪ ତାରିଖ ରଥକାଠ ଛେଦନ ଅନୁକୂଳ  ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ  ୧୭ ତାରିଖକୁ

ରଥକାଠ ଛେଦନ ଅନୁକୂଳ ପାଇଁ ଦିନ ଧାର୍ଯ୍ୟ  କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିନ ଧାର୍ଯ୍ୟ ପରେ  ଦଶପଲ୍ଲା ବନାଞ୍ଚଳ ଓ ଗଣିଆ ବନାଞ୍ଚଳ ପକ୍ଷରୁ ପୂଜାନୀତି  ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପୂର୍ବ ରୀତିନୀତି ଅନୁଯାୟୀ  ପୂଜାକାର୍ଯ୍ୟ ସମ୍ପନ୍ନ ପାଇଁ ନିଷ୍ପତ୍ତି ନିଆଯାଇଛି । ୧୬ ତାରିଖ  ଅପରାହ୍ଣରେ ଶ୍ରୀମନ୍ଦିର ପ୍ରଶାସନର ଏକ ପ୍ରତିନିଧି ଦଳ  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଧରି ନୟାଗଡ଼ ବନଖଣ୍ଡରେ ପହଞ୍ଚିବେ । ୧୭ତାରିଖ ପୂର୍ବାହ୍ଣରେ ଶ୍ରୀମନ୍ଦିର ପ୍ରତିନିଧି  ଦଳ ମା’ ବଡ଼ରାଉଳଙ୍କ ପୀଠରେ ପହଞ୍ଚି ଆଜ୍ଞାମାଳ ଲାଗି  ପରେ ପୂଜା ଆରମ୍ଭ ହେବ । ସକାଳ ୮ଟାଠାରୁ ଅପରାହ୍ଣ  ୨ଟା ପର୍ଯ୍ୟନ୍ତ ପୂଜା, ହୋମ ଓ ନାମ ସଂକୀର୍ତ୍ତନ ହେବ  ବୋଲି ବୁଧବାର ସ୍ଥାନୀୟ ରାମଚନ୍ଦ୍ର ସାମନ୍ତରାୟ କଲେକ  ସଭାଗୃହରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରୁ ସୂଚନା ମିଳିଛି।

 

 

 

ସୌଜନ୍ୟ -ପ୍ରମେୟ

 

Comments are closed.