Breaking News

ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ: ଆଜି ଲାଗି ହେବ ମକର ଚାଉଳ

ଆଜି ପୁଷ ପୂର୍ଣ୍ଣମୀରେ ପ୍ରଭୁ ଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ପ୍ରଥମେ ଦିଅଁଙ୍କ ସୂର୍ଯ୍ୟପୂଜା, ବଲ୍ଲଭ, ଦ୍ବାରପାଳ ପୂଜା କରାଯାଇଥିଲା। ଏହାପରେ ବେହେରଣ ମଣ୍ଡପରେ କଳସ ସ୍ଥାପନ ଓ ଅଧିବାସ ପୂଜା ସରିବା ପରେ ବଡ଼ୁ ସେବାୟତମାନେ ବିନ୍ଦୁସାଗରରୁ ପିତ୍ତଳ ଗରାରେ ୧୦୮ ଗରା ପାଣି ଆଣି ଥିଲେ।

ଭୁବନେଶ୍ବର: ଆଜି ପୁଷ ପୂର୍ଣ୍ଣମୀରେ ପ୍ରଭୁ ଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ପ୍ରଥମେ ଦିଅଁଙ୍କ ସୂର୍ଯ୍ୟପୂଜା, ବଲ୍ଲଭ, ଦ୍ବାରପାଳ ପୂଜା କରାଯାଇଥିଲା। ଏହାପରେ ବେହେରଣ ମଣ୍ଡପରେ କଳସ ସ୍ଥାପନ ଓ ଅଧିବାସ ପୂଜା ସରିବା ପରେ ବଡ଼ୁ ସେବାୟତମାନେ ବିନ୍ଦୁସାଗରରୁ ପିତ୍ତଳ ଗରାରେ ୧୦୮ ଗରା ପାଣି ଆଣି ଥିଲେ। ଦକ୍ଷୀଣଘରୁ ମା’ ପାର୍ବତୀ ଠାକୁରାଣୀଙ୍କୁ ଗର୍ଭଗୃହକୁ ନିଆଯାଇ ଛାମୁଙ୍କ ପାଖରେ ବି‌‌ଜେ କରାଯାଇଥିଲା। ଗର୍ଭଗୃହରେ ଭୋଗଲାଗି ଓ ଜନ୍ମ ଆଳତି ଅନୁଷ୍ଠିତ ହୋଇଥିଲା। ପରେ ପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ପ୍ରଭୁ ଚନ୍ଦ୍ରଶେଖର ବେହେରଣ ମଣ୍ଡପକୁ ବିଜେ କରିଥିଲେ। ସେଠାରେ ସେବାୟତମାନେ ଭୋଗ ସହ ସୋମ ଆଳତି କରିଥିଲେ। ସନ୍ଧ୍ୟାଧୂପ ପରେ ନବାଙ୍କ ମଣ୍ଡପରେ ପ୍ରଭୁ ଲିଙ୍ଗରାଜଙ୍କ ସହ ମା’ ପାର୍ବତୀ, ମା’ ଦୁର୍ଗା ଓ ପ୍ରଭୁ ବାସୁଦେବ ବିଜେ ହୋଇଥିଲେ। ଏଠାରେ କ୍ଷୀର ଆଉଟା ନୀତି ପରେ ବଡ଼ସିଂହାର ହୋଇଥିଲା। ଆସନ୍ତାକାଲି ମକର ସଂକ୍ରାନ୍ତିରେ ପ୍ରଭୁଙ୍କ ‘ଘୃତ କମ୍ବଳ ଯାତ୍ରା’ କରାଯିବ। ଶୀତରୁ ରକ୍ଷା ପାଇବା ପାଇଁ ନୂଆ ବସ୍ତ୍ରରେ ଘିଅ ବେଳା ହୋଇ ପ୍ରଭୁଙ୍କ ଦେହରେ ମାଲିସ କରାଯିବ। ସେହିପରି ମକର ଚାଉଳ, ଘିଅ, ଅଦା, ସାକର ପ୍ରମୁଖ ଭୋଗ କରାଯିବ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.